THE BYAPINI

ଚିନ୍ତା ବଢାଉଛି ସଂକ୍ରମଣ

Get real time updates directly on you device, subscribe now.

ଦେଶରେ ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ସଂକ୍ରମଣ ମାଡି ମାଡି ଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି । କେବଳ ସଂକ୍ରମଣ ନୁହେଁ, ଦେଶରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ଅଧିକ ଉତ୍କଟ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି।

ଦୁଇ ଦିନ ଧରି ଦୈନିକ ସଂକ୍ରମଣ ୬୨ ହଜାର ରହୁଥିବା ବେଳେ ଆଜି ଏହା ୬୮ ହଜାର ପାର୍‌ କରି ଯାଇଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୮,୦୨୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୯୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୩୯ ହଜାରରେ ପହଞ୍ଚିଛି। ସେହିପରି ଏବେ ଆକ୍ଟିଭ କେସ୍ ରହିଛି ୫ ଲକ୍ଷ ୨୧ ହଜାର ଉପରେ । ଆଉ ସୁସ୍ଥ ହୋଇଛନ୍ତି ୧ କୋଟି ୧୩ ଲକ୍ଷ ୫୫ ହଜାର।

ଦେଶରେ କରୋନା ମୁକାବିଲା ପାଇଁ ଜୋରସୋରରେ ଚାଲିଛି ଟିକାକରଣ । ଏ ପର୍ୟ୍ୟନ୍ତ ୬ କୋଟି ୫ ଲକ୍ଷ ୩୦ ରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମାର୍ଚ ୨୮ ସୁଦ୍ଧା ସମୁଦାୟ ୨୪,୧୮,୬୪,୧୬୧ ନମୁନା ପରୀକ୍ଷା ସରିଛି ।ସାରା ଦେଶରେ କରୋନାଭାଇରସ୍ କାୟା ମେଲାଇଦେଇଛି । ତେଣୁ କଟକଣା ମାନିବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.