THE BYAPINI

ପିପିଲି ପରୀକ୍ଷା: ନୂଆ-ପୁରୁଣା ପ୍ରଶ୍ନ

Get real time updates directly on you device, subscribe now.

ଏଥର ବି ସେହି ମହାରଥୀ-ମଙ୍ଗରାଜ-ପଟ୍ଟନାୟକ ଭିତରେ ପିପିଲି ପାଇଁ ଫାଇଟ । ୨୦୧୯ରେ ଯେମିତି ଟାଇଟେଲ ଟକ୍କର ହୋଇଥିଲା ଏଥର ବି ସେହି ଲଢେଇ ହେବ କିନ୍ତୁ ଯୁଦ୍ଧ ଜୁନିୟର ମହାରଥୀଙ୍କ ସହ ହେବାକୁ ଯାଉଛି । ପିପିଲି ମୈଦାନରେ ମୁହାଁମୁହିଁ ହେବେ ନୂଆ ପୁରୁଣା ମୁହଁ । ଚଳିତ ଉପନିର୍ବାଚନରେ ନବାଗତ ବନାମ ଅଭିଜ୍ଞତା । ଦୁଇ ଦୁଇ ଜଣ ସିନିୟର ଲିଡରଙ୍କ ସହ ଲଢେଇ କରିବେ ରାଜନୀତିରେ ସଜସଜ ପାଦ ଦେଇଥିବା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ । ବାପାଙ୍କ ମୃତ୍ୟୁ ପରେ ପିପିଲି ପାଇଁ ପୁଅ ଲଢିବେ । ଆଉ ମହାରଥୀଙ୍କ ପୁଅକୁ ଭରସିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ମୈଦାନରେ ଜୁନିୟର ମହାରଥୀ ନୂଆ ହେଲେ ବି ବାପାଙ୍କ ସହ ମିଶି ଅନେକ କାମ ସାମାଜିକ କାମ କରିଛନ୍ତି । ତାବାଦ ବିଜେଡିର ଚାଣକ୍ୟମାନେ ରାଜନୈତିକ ପାଠ ପଢାଇ ରୁଦ୍ରଙ୍କୁ ପିପିଲି ପରୀକ୍ଷାରେ ପାସ କରାଇବାକୁ କସରତ ଆରମ୍ଭ କରିଦେଲେଣି ।

ତେବେ ଚଳିତ ପିପିଲି ଉପନିର୍ବାଚନରେ ବିଜେପି, କଂଗ୍ରେସ ତାର ପୁରୁଣା ଯୋଦ୍ଧାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଥିବା ବେଳେ ବିଜେଡି ଯୁବଶକ୍ତିକୁ ଅସ୍ତ୍ର କରିଛି । ୨୦୧୯ ସାଧାରଣ ନିର୍ବାଚନରେ ଦୁଇ ଜାତୀୟ ରାଜନୈତିକ ଦଳ ଯେଉଁ ସିପାହୀଙ୍କୁ ଛାଡିଥିଲା ଏଥର ବି ସେମାନଙ୍କୁ ରିପିଟ୍ କରିଛି । ପ୍ରଦୀପ ମହାରଥୀଙ୍କୁ ଟକ୍କର ଦେବାକୁ ବିଜେପି ଆଶ୍ରିତଙ୍କ ଉପରେ ଆଶା ରଖିଥିବା ବେଳେ କଂଗ୍ରେସ ଅଜିତଙ୍କୁ ଭରସା କରିଥିଲା । କିନ୍ତୁ ପ୍ରଦୀପଙ୍କ ଗଡରେ ୨୦୧୯ରେ ଚିତପଟାଙ୍କ ମାରିଥିଲେ ଅଜିତ-ଆଶ୍ରିତ । ଆଉ ପ୍ରଦୀପଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁଅକୁ ହରାଇ ପିପିଲି ଗାଦି ସମ୍ଭାଳିବାକୁ ହାତ ମଙ୍ଗରାଜଙ୍କୁ ହତିଆର କରିଛି ଆଉ ପଦ୍ମ ଆଶ୍ରିତଙ୍କ ଅସ୍ତ୍ର ।

ଯଦିଓ ପ୍ରଦୀପ ମହାରଥୀ ଥିବାବେଳେ ପିପିଲିକୁ ବିଜେଡିର ଗଡ କୁହାଯାଉଥିଲା କିନ୍ତୁ ଏଥରର ସ୍ଥିତି ବହୁ ଜଟିଳ ହୋଇପାରେ । କାରଣ ୨୦୧୯ରେ ପ୍ରଦୀପ ମହାରଥୀ ୮୮୫୧୮ ଭୋଟରେ ବିଜୟଲାଭ କରିଥିବା ବେଳେ ବିଜେପିର ଆଶ୍ରିତ କଡା ଟକ୍କର ଦେଇଥିଲେ । ପ୍ରଦୀପଙ୍କ ପାଖାପାଖି ପହଞ୍ଚିଯାଇଥିଲେ ପଟ୍ଟନାୟକ । ଆଶ୍ରିତ ୭୨୭୩୧ ଭୋଟ ପାଇଥିଲେ ତେଣୁ ଏଥର ବିଜେଡି ପାଇଁ ସହଜ ହେବନି ପିପିଲି ପରୀକ୍ଷା । ସେପଟେ କଂଗ୍ରେସର ମଙ୍ଗରାଜ ଗତଥର ୧୦ ହଜାର ଭୋଟ ବି ଛୁଇଁ ପାରିନଥିଲେ । ଅତି ଶୋଚନୀୟ ସ୍ଥିତି ଥିଲା ହାତର । କିନ୍ତୁ ଏଥର ନବାଗତ ଜୁନିୟର ମହାରଥୀ ସହ ଲଢେଇ ସହଜ ହେବ ବୋଲି କଂଗ୍ରେସ ଆଶା ରଖିଛି ।

ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ କହି ଲୋକଙ୍କ ଆସ୍ଥା ଜିଣିବାକୁ ରୁଦ୍ର ଚେଷ୍ଟା କରିବେ । ବିଜେପି, କଂଗ୍ରେସ ବିଜେଡିର ଭୁଲ ନେଇ ଲୋକଙ୍କ ପାଖକୁ ଯିବ ବୋଲି ନିଜ ନିଜର ଏଜେଣ୍ଡା କହିଛନ୍ତି ୩ ପ୍ରମୁଖ ଦଳ । ନବୀନ ନିବାସରୁ ବିଜେଡି ସୁପ୍ରିମୋଙ୍କ ଠାରୁ ଟିକେଟ ପାଇ ମାଆଙ୍କ ଆଶିର୍ବାଦ ନେଇଥିଲେ ରୁଦ୍ର ମହାରଥୀ । ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବଡଦେଉଳ ସାମ୍ନାରେ ଦୀପଜାଳିଥିଲେ । ପିପିଲି ପାଇଁ ଉଭୟ ବିଜେପି, ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବହୁ ବିଳମ୍ବରେ ରବିବାର ରାତିଅଧିଆ ଟିକେଟ ଘୋଷଣା କରିଥିଲା କଂଗ୍ରେସ । ପୁରୁଣା ପ୍ରାର୍ଥୀ ମଙ୍ଗରାଜଙ୍କ ନାଁରେ ମୋହର ମାରିଥିଲା କଂଗ୍ରେସ । ଆଉ ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ପିପିଲି ପାଇଁ ଯୋଦ୍ଧାଙ୍କ ଚିତ୍ର ସ୍ପଷ୍ଟ ହୋଇଛି । ଏଥର ପିପିଲି ପାଇଁ ନୂଆ-ପୁରୁଣା ଭିତରେ ହେବ ଘମାଘୋଟ ଲଢେଇ । ଆଉ ଏ ଲଢେଇରେ କାହାକୁ ଭରସିବେ ଲୋକେ , କାହାକୁ ଦେବେ ଭୋଟ । ନୂଆ ନେତାକୁ ନା ପୋଖତ ପୁରୁଣାଙ୍କୁ । ତାହା ଫଳ ବାହାରିଲେ ଜଣାପଡିବ ।

Get real time updates directly on you device, subscribe now.

Leave A Reply

Your email address will not be published.