THE BYAPINI

ପିପିଲି ପାଇଁ ବିଜେପିର ଷ୍ଟାର ପ୍ରଚାରକ କିଏ? ଜାଣନ୍ତୁ ରହିଛି କାହାର ନାଁ

Get real time updates directly on you device, subscribe now.

ପିପିଲି ଉପ ନିର୍ବାଚନ ପାଇଁ ତିନି ଦଳର ପ୍ରାର୍ଥୀ ଏବେ ମୈଦାକୁ ଓହ୍ଲାଇସାରିଛନ୍ତି । ମହାରଥୀ-ମଙ୍ଗରାଜ-ପଟ୍ଟନାୟକ ଭିତରେ ହେବ ଫାଇଟ ।ତେବେ ଏଥର ଦୁଇ ଦୁଇ ଜଣ ସିନିୟର ଲିଡରଙ୍କ ସହ ଲଢେଇ କରିବେ ରାଜନୀତିରେ ସଜସଜ ପାଦ ଦେଇଥିବା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ । ଆଉ ଦିନ କେଇଟା ପରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ଥିବା ବେଳେ ବିଜେପି ନିଜର ଷ୍ଟାର୍‌ କ୍ୟାମ୍ପେନରଙ୍କ ନାମ ଘୋଷଣା କରିଛି । ବିଜେପି ପକ୍ଷରୁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରାଯାଇଛି । ।

ତାଲିକାରେ ବିଜେପି ରାଜ୍ୟ ସଭାପତି ସଭାପତି ସମୀର ମହାନ୍ତିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ରହିଛି। ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାଁ ରହିଛି । ତାଙ୍କ ସହ ବିଜୟ ପାଲ୍ ସିଂହ ତୋମାର, ବିଶେଶ୍ୱର ଟୁଡୁ, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ ଓରାମ, କେ ଭି ସିଂହ ଦେଓ ପ୍ରମୁଖ ପିପିଲିରେ ବିଜେପି ପାଇଁ ପ୍ରଚାର ଅଭିଯାନ ଜୋରଦାର କରିବେ । ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ, ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ,ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ପ୍ରକାଶ ମିଶ୍ରଙ୍କ ନାଁ ଷ୍ଟାର୍ ପ୍ରଚାରକ ତାଲିକାରେ ରହିଛି।

ଗତ ଥର କମ ବ୍ୟବଧାନରେ ଆଶ୍ରିତ ପଟ୍ଟନାୟକ ହାରିଥିବାରୁ ଏଥର ସେ ଉପ ନିର୍ବାଚନରେ କିପରି ବିଜୟୀ ହେବେ ସେ ନେଇ ଦଳ ଋଣନୀତି ପ୍ରସ୍ତୁତ କରିଛି । ଏହି ୩୦ ଜଣ ଷ୍ଟାର ପ୍ରଚାରକ ପିପିଲିରେ କ୍ୟାମ୍ପେନିଂ କରିବା ସହିତ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବାକୁ କସରତ କରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.