ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା
କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ରାଜ୍ୟରେ ମଧ୍ୟ ୨ ଶହ ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । କରୋନାକୁ ମାତ ଦେବାକୁ ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରାଯାଉଛି । ଏଣିକି ରାଜଧାନୀର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ୟ୍ୟ କରୁଥିବା ୪୫ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଏମ୍ସି ।
ଏପ୍ରିଲ ୧ ତାରିଖରୁ ମେଗା ଟିକାକରଣ କରାଯିବ । ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଆଯିବ କୋଭିଡ୍ ଟିକା । ରାଜ୍ୟରେ କିଛି ଶିକ୍ଷାନୁଷ୍ଠାନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।ଦୈନିକ ୬ ହଜାର ଟେଷ୍ଟିଂ ଭୁବନେଶ୍ବରରେ କରିବା ପାଇଁ ଟାର୍ଗେଟ ଦିଆଯାଇଛି । ଷ୍ଟ୍ରିଟ୍ ଭେଣ୍ଡର, ମଲର କର୍ମଚାରୀ, ରେଷ୍ଟୁରାଣ୍ଟର କର୍ମଚାରୀ, ୪୫ରୁ ଅଧିକ ବୟସର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ, ଇଲେକ୍ଟ୍ରି ସପ୍ଲାୟରଙ୍କୁ ନେଇ ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ମାସେରୁ ୨ ମାସ ଭିତରେ ସମସ୍ତଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ବର୍ତ୍ତମାନ ଲକ୍ଷ୍ୟ ରଖାଯାଇଛି ।
ବାଲାଜୀ ଆପାର୍ଟମେଣ୍ଟରୁ ପ୍ରଥମ ପର୍ୟ୍ୟାୟରେ ୩ଜଣ କରୋନା ଆକ୍ରନ୍ତ ଚିହ୍ନଟ ପରେ ଅନ୍ୟମାନଙ୍କ ଟେଷ୍ଟିଂ କରାଯାଉଛି । ଅଧିକ ଥିବା ଅନୁମାନ କରାଯାଉଛି ହେଲେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେହିଭଳି ଓଡିଏମ ପବ୍ଲିକ ସ୍କୁଲରେ ମଧ୍ୟ ଅନୁରୂପ ଭାବେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯେଉଁମାନେ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ସେଠାରେ ଗୋଟିଏ ଟେଷ୍ଟିଂ ଡେକ୍ସ କରାଯାଇ ଟେଷ୍ଟିଂ ଆରମ୍ଭ ହୋଇଛି। ସେହିଭଳି ଓଡିଏମ ସ୍ବକୁଲରୁ ମଧ୍ୟ ୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପର୍ୟ୍ୟନ୍ତ ଭୁବନେଶ୍ୱରର ୨ ରୁ ୩ ଜାଗାକୁ ସିଲ୍ କରିଛୁ। କଣ୍ଟେନମେଣ୍ଟ ଜୋନ୍ ଭଳି ସବୁ ବ୍ୟବସ୍ଥା ସହ ଏସବୁ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖାଯାଇଛି। ରେଡ଼ ଫ୍ଲାଗ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ନେଗେଟିଭ ରିପୋର୍ଟ ଆଣିବାକୁ କୁହାଯାଇଛି ବୋଲି କହିଛନ୍ତି ବିଏମସି କମିଶନର। ।