ଓଡିଶାରୁ ବିଦେଶ ଯାଉଥିଲା ସାପ ବିଷ!
ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ । ସାପ ବିଷ ଜବତ ହେବା ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ଅନୁରୋଧ କରିବ ବନ ବିଭାଗ । ଏପରିକି ଏନେଇ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋକୁ ମଧ୍ୟ ଅବଗତ କରାଯାଇଛି । ଅଧିକ ତଦନ୍ତ ପାଇଁ ଏକ ଟିମ୍ ଆସିପାରେ । ଏହି ପୁରା କାରବାରରେ ଅନ୍ତର୍ଜାତୀୟ ଲିଙ୍କ ଥିବା ଆଶଙ୍କା କରାଯାଉଛି ।
ଭୁବନେଶ୍ୱରରୁ ସାପ ବିଷ ଚୀନ ଓ ଅନ୍ୟ ଦେଶକୁ ପଠାଯାଉଥିବା ସନ୍ଦେହ କରାଯାଉଥିବାବେଳେ ଏହାର ମୁଖ୍ୟ ପେଣ୍ଠସ୍ଥଳ କୋଲକାତା ବୋଲି ଜଣାପଡିଛି । ଏହି ରାକେଟରେ ମାଷ୍ଟର ମାଇଣ୍ଡ ବଲାଙ୍ଗୀରର ସତ୍ୟ ନାରାୟଣ ଦାଶ ଏବେ ବି ଫେରାର ଅଛି । ତା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ସିଟି ଡିଭିଜନ୍ ଡିଏଫଓ ଅଶୋକ ମିଶ୍ର ।
ସାପ ବିଷ ପାଇଁ ୧୦ ଲକ୍ଷ ଟଙ୍କାର ଡିଲ ଚାଲିଥିବା ବେଳେ ଖବର ପାଇ ଏୟାରପୋର୍ଟ ଅଂଚଳରୁ ସାପ ବିଷ ସ୍ମଗଲରଙ୍କୁ ଗିରଫ କରିଥିଳା ବନବିଭାଗ ।ସାପ ବିଷ ପାଇଁ ଲକ୍ଷେ ଲକ୍ଷେ ଟଙ୍କାର ଡିଲ ଚାଲୁଥିବା ବେଳେ ର୍ୟାକେଟର ପର୍ଦ୍ଦାଫାଶ କରିଛି ବନବିଭାଗ ।