THE BYAPINI

ଦର ବୃଦ୍ଧି ପାଇଁ ଦାୟୀ କିଏ?

Get real time updates directly on you device, subscribe now.

ନିତିଦିନ ରୋଷେଇ ଘରେ ବ୍ୟବହାର ହେଉଥିବା ଖାଇବା ତେଲ ଏବେ ଆକାଶ ଛୁଆଁ । ବର୍ତ୍ତମାନ ରାଜ୍ୟରେ ଖାଇବା ତେଲର ଦର ଦେଢ଼ଶହ ଛୁଇଁଲାଣି। ଖାଇବା ତେଲକୁ ନେଇ ବିଧାନସଭାରେ ଆଜି ଉଦବେଗ ପ୍ରକାଶ ପାଇଛି। ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଖାଇବା ତେଲ ଦର ବୃଦ୍ଧି ସଂପର୍କିତ ଆଲୋଚନା ବେଳେ ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧିକ ଟିକସ ଆଦାୟ ଯୋଗୁ ଖାଇବା ତେଲ ଦର ବୃଦ୍ଧି ପାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସେପଟେ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ଖାଇବା ତେଲର ଆବଶ୍ୟକତା ରହିଛି। ଏହାର ମାତ୍ରାଧିକ ଦରବୃଦ୍ଧି ଫଳରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ସରକାର ଖାଇବା ତେଲ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି। କେନ୍ଦ୍ର ସରକାର ସେସ ଓ ଆମଦାନୀ ଶୁଳ୍କ ବୃଦ୍ଧି କରୁଛନ୍ତି। ତେଣୁ ତେଲ ଦରକୁ କିଭଳି ନିୟନ୍ତ୍ରଣ କରାଯିବ, ରାଜ୍ୟ ସରକାର ସେଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ।

ସେପଟେ ବିଜେପି ବିଧାୟକ କହିଛନ୍ତି ଆମେ ଅଣ୍ଡା, ଆଳୁ, ପିଆଜ ଓ ତେଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ସ୍ୱାବଲମ୍ବୀ ହୋଇପାରିବା ନାହିଁ । ବର୍ତମାନ ଖାଇବା ତେଲର ଚାହିଦା କେତେ ଓ କେତେ ଆମଦାନୀ ହେଉଛି ତାର ହିସାବ ସରକାର ଗୃହରେ ରଖିବାକୁ ଦାବି କରିଛନ୍ତି ବିଜେପି ସଦସ୍ୟ ମୋହନ ମାଝୀ। ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପାମୋଲିନ୍ ତେଲ ଉପରେ କେନ୍ଦ୍ର ସରକାର ୧୭ ଦଶମିକ ୫ ପ୍ରତିଶତ ଶୁଳ୍କ ନେଉଛନ୍ତି । ତେଣୁ ଦର ବୃଦ୍ଧି ପାଉଛି । ସେହିଭଳି ସୂର୍ୟ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ୨୦ପ୍ରତିଶତ ଶୁଳ୍କ ନେଉଛନ୍ତି କେନ୍ଦ୍ର ସରକାର । ଖାଇବା ତେଲ ଉପରେ କୃଷି ଉନ୍ନତୀକରଣ ଶୁଳ୍କ ଲାଗୁ କରିଛି କେନ୍ଦ୍ର । ଏହାଛଡ଼ା ଖାଇବା ତେଲ ଉପରେ କେନ୍ଦ୍ର ୨୧ପ୍ରତିଶତ ଆମଦାନୀ ଶୁଳ୍କ ନେଉଛି । ଖାଇବା ତେଲ ଉପରେ ୫ପ୍ରତିଶତ ଏଝଞ ଆଦାୟ କରୁଛନ୍ତି କେନ୍ଦ୍ର ସରକାର । ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ ୨ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଖାଇବା ତେଲକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ବି କେନ୍ଦ୍ର ସରକାର ବାଦ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.