ଦଳୀୟ ନେତାଙ୍କୁ ପିପିଲି ଦାୟିତ୍ୱ
ପିପିଲି ଦଖଲ ପାଇଁ ପ୍ରସ୍ୁତ ବିଜେଡି ବ୍ରିଗେଡ । ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିିଭିନ୍ନ ଅଂଚଳ ପାଁ ନେତାଙ୍କୁ ବାଂଟିଛନ୍ତି ।
ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାସ, ସୁଶାନ୍ତ ସିଂହ, ଉମାକାନ୍ତ ସାମନ୍ତରାୟ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ବିଜେଡି ସଭାପତି ଦାୟିତ୍ବ ଦିଆଯାଇଛି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏନେଇ ସୂଚନା ପ୍ରଦାନ କରିଛନ୍ତି।
ଗତକଲି ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ । ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ଦାୟିତ୍ୱ ମିଳିଛି। ପିପିଲିରେ ଏଥର କଡ଼ା ଟକ୍କର ଦେଖିବାକୁ ମିଳିବ । ବାପାଙ୍କ ସ୍ୱପ୍ନଙ୍କୁ ପୂରା କରିବା ପାଇଁ ଜୁନିୟର ମହାରଥୀ ପୁରା ଦମ ଲଗାଇଦେବେ । ବିଜେଡ଼ିର ଗଡ଼ କୁହାଯାଉଥିବା ପିପିଲି ଆସନରେ ଏଥିର ନୂଆ ଓ ପୁରୁଣା ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ।