‘କ୍ୟାନସରକୁ ହରାଇବେ କିରଣ’
ମୋ ସ୍ତ୍ରୀ ଜଣେ ଯୋଦ୍ଧା । ସେ କ୍ୟାନସରକୁ ମାତ୍ ଦେବେ । ସେ ଏହି ଯୁଦ୍ଧ ନିଶ୍ଚୟ ଜିତିବେ ।ବଲିଉଡ ଫିଲ୍ମର ଜଣେ ଆଗଧାଡ଼ିର କଳାକାର ତଥା ବିଜେପି ସାଂସଦ କିରଣ ଖେର ବ୍ଲକ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ବଲିଉଡ଼ ହତବାକ ହୋଇଯାଇଥିଲା। ତେବେ ଏନେଇ ମୁହଁ ଖୋଲିଛନ୍ତି କିରଣଙ୍କ ସ୍ୱାମୀ ତଥା ବଲିଉଡ଼ ଅଭିନେତା ଅନୁପମ ଖେର । ସେ କହିଛନ୍ତି, କୌଣସି ବି ପରିସ୍ଥିତିରେ କିରଣ ହାରି ଯାଇ ନାହାନ୍ତି। ଦୃଢ଼ତାର ସହ ସାମ୍ନା କରିଛନ୍ତି। ତେଣୁ ସେ ଏହି ଯୁଦ୍ଧ ନିଶ୍ଚୟ ଜିତିବେ ।
ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର ରକ୍ତ କର୍କଟରେ ଆକ୍ରନ୍ତ ହୋଇଛନ୍ତି । ମୁମ୍ୱାଇର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସ୍ବାମୀ ଅନୁପମ ଖେର ଓ ପୁଅ ସିକନ୍ଦର ଖେର ସୂଚନା ଦେଇଥିଲେ। ଅନୁପମ ଖେର ସୋସିଆଲ ମିଡିଆ ଜରିଆରେ କହିଛନ୍ତି, ‘ଦୟାକର ଗୁଜବ ପ୍ରଚାର କରନ୍ତୁ ନାହିଁ। ମୁଁ ଓ ପୁଅ ସିକନ୍ଦର ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ କି କିରଣ ମଲଟିପୁଲ ମାଇଲୋମାରେ ଆକ୍ରାନ୍ତ। ଯାହାକି ଏକ ପ୍ରକାର ରକ୍ତ କର୍କଟ। ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଆମକୁ ବିଶ୍ବାସ ଯେ ସେ ନିଶ୍ଚୟ ଏହି ଯୁଦ୍ଧରେ ବିଜୟ ହେବେ।’
କିରଣ ଜଣେ ଫାଇଟର ମନୋବୃତ୍ତିର ମହିଳା ହୋଇଥିବା ବେଳେ ସବୁ ବେଳେ ସକାରାତ୍ମକ ଚିନ୍ତାଧାରା ରଖିଥାନ୍ତି। ତାଙ୍କ ଚିକିତ୍ସା ନିମନ୍ତେ ଏକ ଡାକ୍ତରୀ ଟିମ୍ ନିୟୋଜିତ ହୋଇଥିବା ବେଳେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିବେ ।” କେବଳ ଏତିକି ନୁହେଁ, ପୂର୍ବପେକ୍ଷା ଏଥର ସେ ଅଧିକ ଷ୍ଟ୍ରଙ୍ଗ ହୋଇ ଫେରିବା ନେଇ ଦୃଢ ଆଶା ବ୍ୟକ୍ତ କରିଛନ୍ତି ଅନୁପମ ।
ଏଥିସହ ଅନୁପମ ଲେଖିଛନ୍ତି, କିରଣ ଜଣେ ଖୁବ୍ ଭଲ ହୃଦୟର ମଣିଷ ହୋଇଥିବା ବେଳେ ବହୁ ଲୋକଙ୍କ ଭଲ ପାଇବା ଓ ପ୍ରାର୍ଥନା ନିହାତି ଫଳପ୍ରଦ ହେବ । ସମସ୍ତଙ୍କ ଭଲ ପାଇବା ଓ ସପୋର୍ଟ ପାଇଁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ଅନୁପମ।