THE BYAPINI

ପିପିଲିରେ ପ୍ରଚାର ବେଳେ ହିଂସାକାଣ୍ଡ

Get real time updates directly on you device, subscribe now.

ପିପିଲି ଉପନିର୍ବାଚନ ପାଇଁ ଏବେଠୁ ଜୋର ଧରିଲାଣି ପ୍ରଚାର । ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ରାଜନୈତିକ ମାହୋଲ ସରଗରମ ଥିବା ବେଳେ ପିପିଲିରେ ପ୍ରଚାର ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ ।
ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ପିପିଲି ଥାନା ରାଇଗିରିପୁର ଗାଁରେ ରାଲିରେ ଯାଉଥିବା ବେଳେ ତାଙ୍କ ଦଳର କିଛି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଦଳର କିଛି କର୍ମୀଙ୍କୁ ମାଡ଼ ମରାଯିବା ସହ ବାଇକ୍ ଭଙ୍ଗାରୁଜା ହୋଇଛି। ଏଥିରେ ବିଜେଡି କର୍ମୀ ସାମିଲ ଥିବା ଅଭିଯୋଗ କରି ଡେଲାଙ୍ଗ-ରାୟଗୁରୁପୁର ରାସ୍ତାରେ ଧାରଣାରେ ବସିଛନ୍ତି ଆଶ୍ରିତ। ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ବିଜେପିର ଜଣେ କର୍ମୀ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଜନସାଧାରଣଙ୍କୁ ଭୟମୁକ୍ତ ଶାସନ ଦେବାକୁ ଲୋକଙ୍କୁ ନ୍ୟାୟ ଦେବାକୁ ଆମେ ଆଜି ଧାରଣାରେ ବସିଛି। ଆମକୁ ନ୍ୟାୟ ନ ମିଳିଲେ, ଆଗାମୀ ଦିନରେ ଏହି ଲଢ଼େଇ ଜୋରଦାର ହେବ। ଆସନ୍ତା ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ । ସବୁ ଦଳର ଷ୍ଟାର କ୍ୟାମ୍ପେନରମାନେ ପ୍ରଚାର ମଙ୍ଗ ଧରିଲେଣି ।

Get real time updates directly on you device, subscribe now.

Leave A Reply

Your email address will not be published.