THE BYAPINI

ସରକାରଙ୍କୁ କରୋନା ଭୟ…ପ୍ରସ୍ତୁତ ରଖ ହସ୍ପିଟାଲ

Get real time updates directly on you device, subscribe now.

କରୋନା କମବ୍ୟାକକୁ ନେଇ ସରକାର ଭୟଭୀତ ହୋଇପଡିଛନ୍ତି । ଯେମିତି ପୂର୍ବପରି ସ୍ଥିତି ନଉପୁଜେ ସେ ନେଇ ସତର୍କ ରହିବାକୁ କୁହାଯାଇଛି । ସବୁ ଜିଲ୍ଲାପାଳ, ସିଡିଏମ୍ଓ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି ଲେଖିଥିବା ନେଇ ସୂଚନା ମିଳିଛି। ରାଜ୍ୟର ସବୁ ଜିଲ୍ଲାରେ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ସରକାରଙ୍କୁ ଘାରିଲା କରୋନା ଭୟ । କରୋନାର ଦ୍ୱିତୀୟ ଲହରି ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟରେ ଯେପରି ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି ତାହା ଚିନ୍ତାଜନକ । ଆଜି ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ACS। କେବଳ ଏତିକି ନୁହେଁ ବରଂ ଆଇସିୟୁ, ଡାଏଲିସିସ୍, ଲେବର ରୁମ୍ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସରକାରୀ ନୁହେଁ ବରଂ ଘରୋଇ ହସ୍ପିଟାଲ ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲେ ACS।

ଫାଭିପିରାଭିର୍, ରେମଡେସିଭିର ପର୍ୟ୍ୟାପ୍ତ ପରିମାଣରେ ଗଚ୍ଛିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବହୁବିଧ ରୋଗାକ୍ରାନ୍ତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭିଲାନ୍ସ ବଢାଇବାକୁ ନିର୍ଦ୍ଦେଶ ରହିଛି । କୋଭିଡ ହସ୍ପିଟାଲ ଗୁଡିକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଯେବେ କେରୋନା ଦେଶରେ ପିକରେ ଥିଲା ସେହି ସମୟରେ ଗୋଟିଏ ଦିନରେ ୯୬ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ୮୧ ହଜାର ଚିହ୍ନଟ ହୋଇଛନ୍ତି । ତେଣୁ ଆମେ ପୂର୍ବ ସ୍ଥିତିକୁ ଯାଉଛେ ବୋଲି କହିଛ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.