THE BYAPINI

ନୂଆ ରେକର୍ଡ ଛୁଉଁଛି କରୋନା

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ଅତି ଭୟଙ୍କର ରୂପ ନେଉଛି । ମାଡି ଆସୁଛି ବିପଦ । ଲକ୍ଷେ ପାଖାପାଖି ପହଚିଂଗଲାଣି ଆକ୍ରାନ୍ତ ସଂଖ୍ୟା । ସଂକ୍ରମଣ ଯେପରି ଲମ୍ବା ଡିଆଁ ମାରୁଛି ଦିନେ ଦୁଇ ଦିନ ଭିତରେ ଏହା ଲକ୍ଷେ ଛୁଇଁପାରେ । ଦିନକୁ ଦିନ କୋରନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି ।

ଦେଶରେ ଦିନକରେ ୯ ହଜାରରୁ ଅଧିକ ନୁଆ କେସ୍ ଚିହ୍ନଟ ହୋଇଛି । ସେହିପରି ୨୪ ଘଂଟାରେ ଯାଇଛି ୭୧୪ ଜଣଙ୍କ ଜୀବନ । ମୃତ୍ୟୁ ମାମଲାରେ ଆମେରିକା, ବ୍ରାଜିଲ୍, ମେକ୍ସିକୋ ପରେ ଭାରତର ସ୍ଥାନ ଚତୁର୍ଥରେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୩,୯୨,୨୬୦ରେ ପହଞ୍ଚିଛି। ସେହିପରି ୭୧୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୪,୧୧୦ରେ ପହଞ୍ଚିଛି।

ଚଳିତବର୍ଷ ପ୍ରଥମ ଥର ଲାଗି ସଂଖ୍ୟା ଏତେ ପାର୍ କରିଛି । ପୂର୍ବରୁ ଗତବର୍ଷ ସେପ୍ଟେମ୍ୱରରେ ୯୨, ୬୦୫ ରେକର୍ଡ ପଜିଟିଭ ବାହାରିଥିଲି । ବର୍ତ୍ତମାନ୍ ପାଖାପାଖି ୧୧ ରାଜ୍ୟରେ ସଂକ୍ରମଣ ମାତ୍ରା ବଢୁଛି । ଏପଟେ ସରକାର କରୋନା ଟିକାକରଣକୁ ଜୋରଦାର କରିଛନ୍ତି । ଏବେ ସୁଦ୍ଧା ୭ କୋଟି ୩୦ ଲକ୍ଷ ୫୪ ହଜାର ୨୯୫ ଜଣ ଟିକା ନେଇସାରିଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.