THE BYAPINI

ବାଚସ୍ପତିଙ୍କୁ ବିଧାୟକ ଫିଙ୍ଗିଲେ ଚପଲ

Get real time updates directly on you device, subscribe now.

ଓଡ଼ିଶା ବିଧାନସଭାରେ ଅଶୋଭନୀୟ ଘଟଣା । ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇଅର ଫୋନ୍ ଓ କାଗଜ ଫୋପଡ଼ା ଯାଇଛି। ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା ସାଧାରଣ କଥା ହୋଇଥିବା ବେଳେ ଆଉ ପାଦେ ଟପିଯାଇ ଏପରି ଆଚରଣ ଦେଖାଇଛନ୍ତି ବିଜେପି ବିଧାୟକ ।

ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଛନ୍ତି ବିରୋଧୀ ସଦସ୍ୟ । ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ଅଭିଯୋଗ ଆସିଛି । ତେବେ ଏ ପ୍ରସଙ୍ଗରେ ବିଷ୍ଣୁ ସେଠୀ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । କେହି ନୂଆ ବିଧାୟକ ଚପଲ ଫିଙ୍ଗିଥିବେ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁ ।

ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରି ଆଲୋଚନା ଦାବି କରିଥିଲେ କଂଗ୍ରେସ ସଦସ୍ୟ । କିନ୍ତୁ ବାଚସ୍ପତି ଏଥିପାଇଁ କଂଗ୍ରେସ ସଦସ୍ୟଙ୍କୁ ଅନୁମତି ଦେଇନଥିଲେ । ଫଳରେ କଂଗ୍ରେସ ବିଧାୟକମାନେ ଏହାର ବିରୋଧ କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟ ମଧ୍ୟ ଖଣି ପ୍ରସଙ୍ଗରେ ଆଲୋଚନା ଦାବି କରି ହୋ ହଲ୍ଲା କରିଥିଲେ। ପରେ ପରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ, ଇଅର ଫୋନ୍ ଫିଙ୍ଗା ଯାଇଥିଲା । ହୋ ହାଲ୍ଲା ଭିତରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗାଯାଇଥିବା କହିଛନ୍ତି ବିରୋଧୀ ସଦସ୍ୟ ମୋହନ ମାଝୀ ।
ବିରୋଧୀଙ୍କ ଚପଲ ଫିଙ୍ଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ବାଚସ୍ପତି। ସେ କହିଛନ୍ତି ଆଇନ ତା ବାଟରେ ଯିବ। କିଏ କଣ ଫୋପାଡ଼ିଛି ମୁଁ ତାର ଅନୁଧ୍ୟାନ କରୁଛି ବୋଲି କହିଲେ ବାଚସ୍ପତି। ଫଟୋଗ୍ରାଫ୍ ମଗାଇ ଘଟଣାର ପୂରା ଅନୁଧ୍ୟାନ କରାଯାଉଛି କହିବା ସହ ଆଇନରେ ଯାହା ବ୍ୟବସ୍ଥା ଥିବ ସେହି ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ବାଚସ୍ପତ।

Get real time updates directly on you device, subscribe now.

Leave A Reply

Your email address will not be published.