THE BYAPINI

ଜଗା ଦର୍ଶନ ପାଇଁ ନୂଆ ଏସଓପି

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଆଣିଛି ମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ଏଣିକି ସକାଳ ୬ଟାରୁ ଜଗା ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ପ୍ରତି ରବିବାର ମନ୍ଦିର ସାନିଟାଇଜ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଅନ୍ୟ ବାରରେ ସକାଳ ୬ଟାରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। କେବଳ ଏତିକି ନୁହେଁ ବରଂ ସପ୍ତାହରେ ୨ ଥର ରାତିରେ ମନ୍ଦିର ବନ୍ଦ ପରେ ମନ୍ଦିରକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ମନ୍ଦିର ପ୍ରଶାସନର ନୂଆ ଝଙଚ ଜାରି କରିଛି। ତା ସହିତ ମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ୍ କଡାକଡି ଭାବେ ପାଳନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫ୍‌କୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ପାଇଁ ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଡିସେମ୍ବର ମାସରେ ଖୋଲିଥିଲା ଶ୍ରୀମନ୍ଦିର। ତା’ପରଠୁ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁନର୍ବାର କୋଭିଡ୍‌ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପରେ ପୁଣି ଆରମ୍ଭ ହୋଇଛି କଟକଣା।

Get real time updates directly on you device, subscribe now.

Leave A Reply

Your email address will not be published.