THE BYAPINI

ଦୈନିକ ସଂକ୍ରମଣରେ ଭାରତ ବିଶ୍ୱରେ ଏକ ନମ୍ବର

Get real time updates directly on you device, subscribe now.

ଦୈନିକ ସଂକ୍ରମଣ ମାମଲାରେ ପୁଣି ଥରେ ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ପହଂଚି ଯାଇଛି । ଦେଶରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ଅଧିକ ଉଗ୍ର ରୂପ ଧାରଣ କରୁଛି । ୫ମାସ ପରେ ଦିନକରେ ରେକର୍ଡ ୯୩ ହଜାର ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ କରୋନ ପଜିଟିଭ ଚିହ୍ନଟ ମାମଲାରେ ଏହା ଚଳିତ ବର୍ଷର ସର୍ବାଧିକ। ସେହିପରି ୨୪ ଘଂଟାରେ କରୋନାରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୩,୨୪୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୫୧୩ ମୃତ୍ୟୁ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଞ୍ଚିଛି।ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ରେ ପହଞ୍ଚିଛି। ସେହପରି କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩କୁ ବୃଦ୍ଧି ପାଇଛି। ଆଉ ଦେଶରେ ବର୍ତ୍ତମାନ ସମୟରେ ଦେଶରେ ଆକ୍ଟିଭ୍‌ କେସ୍- ୬,୯୧,୫୯୭ ରହିଛି। ଏହାସହ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧,୧୬,୨୯,୨୮୯ ଜଣ କରୋନା ଆକ୍ରାନ୍ତ। ଏହାସହ ୭ କୋଟି ୫୯ ଲକ୍ଷ ୭୯ ହଜାର ୬୫୧ ଜଣ ଏଯାବତ ଟିକା ନେଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ସଂକ୍ରମଣ ମାମଲାରେ ପୁଣି ଥରେ ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ପହଂଚି ଯାଇଛି । ଏହା ପଛକୁ ଆମେରିକାରେ ଦୈନିକ ୭୦ ହଜାର ଓ ବ୍ରାଜିଲରେ ୬୯ ହଜାର ୬୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । କରୋନାରେ ଦ୍ୱିତୀୟ ଲହରୀ ଦୈନିକ ସଂକ୍ରମଣ ୨୦ ହଜାରରୁ ୮୦ ହଜାରରେ ପହଂଚିବାକୁ ମାତ୍ର ୨୦ ଦିନ ସମୟ ଲାଗୁଛି । ଗତବର୍ଷ ଅର୍ଥାତ କରୋନାର ପ୍ରଥମ ଲହରର ସଂକ୍ରମଣ ୯୩ ହଜାର ଛୁଇଁବାକୁ ୬୪ ଦିନ ଲାଗିଥିଲା । ଦେଶରେ ଗତବର୍ଷ ୧୬ ଡିସେମ୍ବରରେ ଦୈନିକ ସଂକ୍ରମଣ ୯୭ ହଜାର ୮୬୦ ଚିହ୍ନଟ ହୋଇଥିଲା । ଯାହାକି ସର୍ବାଧିକ ଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.