କରୋନା ବ୍ୟାପୁଛି ବଲିଉଡରେ…
ସାରା ଦେଶରେ କରୋନା କମବ୍ୟାକ କରିଥିବା ବେଳେ ବଲିଉଡରେ ବ୍ୟାପୁଛି କରୋନା । ଜଣକ ପରେ ଜଣେ ଅଭିନେତା ସଂକ୍ରମିତ ହେଉଛନ୍ତି । ଆଜି ବଲିଉଡର ଖିଲାଡୀ ବଏ ଅକ୍ଷୟ କୁମାର କରୋନା ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ ଗୋବିନ୍ଦା ପଜିଟିଭ ଥିବା ଜଣାପଡିଛି । ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଏନେଇ ସୂଚନା ଦେବା ସହ ଗୋବିନ୍ଦା ଏବେ ଘରୋଇ ସଂଗରୋଧରେ ଥିବା ସେ କହିଛନ୍ତି । କୋଭିଡ କଟକଣାକୁ ଠିକ୍ ଭାବେ ପାଳନ କରୁଥିବା ଗୋବିନ୍ଦା ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଠାରେ କରୋନା ହାଲକା ଲକ୍ଷଣ ରହିଛି ।
ବଲିଉଡରେ କରୋନା ଭୟ । ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ଟିଭି ଇଣ୍ଡଷ୍ଟ୍ରୀରେ ବହୁ କଳାକାର, ନିର୍ଦ୍ଦେଶକ ଓ ଅନ୍ୟ ମାନେ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ମହାରାଷ୍ଟ୍ରରେ କରୋନା ତାର ସମ୍ପୂର୍ଣ୍ଣ କାୟା ମେଲାଇ ସାରିଥିବା ବେଳେ ମୁମ୍ବାଇରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୁଇ ସପ୍ତାହ ତଳେ ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ସେ ସୁସ୍ଥ ରହିଛନ୍ତି। ତେବେ ଗୋବିନ୍ଦାଙ୍କ ସହିତ ତାଙ୍କ ଶାଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ବୟସ ୭୪। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଗୋବିନ୍ଦାଙ୍କ ପୂର୍ବରୁ ଅକ୍ଷୟ କୁମାର କୋଭିଡ୍ ସଂକ୍ରମିତ ହୋଇଥିଲେ । ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ସୂଚନା ଦେଇଥିଲେ । ସେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି । ଏହି ଦୁଇ ଅଭିନେତାଙ୍କ ବ୍ୟତୀତ ଆଲିଆ ଭଟ୍ଟ, ବାପି ଲହିରୀ, ପରେଶ ରାୱଲ, ଆମୀର ଖାନଙ୍କ ଭଳି ପ୍ରମୁଖ ଅଭିନେତା, ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।