THE BYAPINI

ସିପାହୀ ସ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ

Get real time updates directly on you device, subscribe now.

ମୋ ସ୍ୱାମୀଙ୍କୁ ଝିଅ ଯୋଗାଇବା ପାଇଁ ବାଧ୍ୟ କରାଯାଉଥିଲା। ସେ ନ ମାନିବାରୁ ତାଙ୍କୁ ଟ୍ରାନ୍ସଫର୍‌ କରିବା ସହ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଥିଲା। ଏଭଳି ସଙ୍ଗୀନ ଅଭିଯୋଗ କୌଣସି ସାଧାରଣ ଲୋକ ନୁହେଁ ବଂର ଆସିଛି ଆର୍ମଡ ଡିସିପି ବିଜୟ କୁମାର ସାହୁଙ୍କ ନାଁରେ । ଆଉ ଏହି ଅଭିଯୋଗ ଆଣିଛନ୍ତି ଜଣେ ସିପାହିଙ୍କ ପତ୍ନୀ ।

୨ ମାସ ଧରି ମାନସିକ ନିର୍ୟାତନା ପରେ ୨ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସିପାହୀ ଜଣକ। ଗୁରୁତର ସିପାହୀ ନିହାର ରଞ୍ଜନ ନାୟକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କମିସନରେଟ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି ସିପାହୀଙ୍କ ପତ୍ନୀ ସୁନୀତା ଲେଙ୍କା।ନିହାରଙ୍କ ପତ୍ନୀ, ଭଉଣୀ, ତାଙ୍କ ମା ଓ ପୁଅ ପୁଲିସ କମିଶନରଙ୍କୁ ଭେଟିଛନ୍ତି । ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି।

ଅଭିଯୋଗ ଆନୁସାରେ, ଓଏସଏପି ସେଭେନଥ ବାଟାଲିୟନର ଫ୍ୟାମିଲି ୱେଲଫେୟାର ସେଂଟରରେ ଝିଅ ଓ ମହିଳାମାନଙ୍କୁ ଟେଲରିଂ ଶିଖାନ୍ତି ନିହାର । ସିପାହୀ ଜଣକ ଯେହେତୁ ଟେଲରିଂ ଦାୟିତ୍ୱରେ ଅଛନ୍ତି ତାଙ୍କ ଅଧିନରେ ପୋଲିସ କର୍ମଚାରୀଙ୍କ ୨୩ ଜଣ ମହିଳା ବିଭିନ୍ନ ପ୍ରକାର ସିଲେଇ ଓ ହସ୍ତଶିଳ୍ପ କାମ ଶିଖିବାକୁ ଆସିଥାନ୍ତି । ତେବେ ଏହି ମହିଳା ଓ ଯୁବତୀଙ୍କୁ ଯୋଗାଇ ଦେବାପାଇଁ କମାଣ୍ଡାଂଟ୍ ଡିସିପି ବିଜୟ କୁମାର ସାହୁ ଦାବି କରୁଥିବା ଓ ରାଜି ନହେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିବା ଅଭିଯୋଗ ବାଢିଛନ୍ତି ସିପାହୀ ନିହାରଙ୍କ ପତ୍ନୀ । ଡିସିପି ବିଜୟ କୁମାର ସାହୁଙ୍କର ଖରାପ ମନୋଭାବ ମୋ ସ୍ୱାମୀଙ୍କ ଉପରେ ଥିଲା । ମୋ ସ୍ୱାମୀଙ୍କ ଜରିଆରେ ସେ ଝିଅ ଚାହୁଁଥିଲେ । ହେଲେ ମୋ ସ୍ୱାମୀ ତାହା ନମାନିବାରୁ ତାଙ୍କୁ ନିର୍ୟାତନା ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ସେପଟେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଡିସିପି ବିଜୟ କୁମାର ସାହୁ କହିଛନ୍ତି। ସେ କହିଛନ୍ତି ଯେ, ନିହାର ରଞ୍ଜନ ହେଉଛନ୍ତି ଜଣେ ସିପାହୀ। ସେ ୮ ବର୍ଷ ଗୋଟିଏ ସଂସ୍ଥାରେ ଥିଲେ। ତାଙ୍କୁ ବଦଳି କରାଯାଇଥିବାରୁ ସେଥିରୁ ବର୍ତ୍ତିବା ପାଇଁ ମୋ ନାମରେ ଏମିତି ଏକ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି ବୋଲି ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.