ବଦଳିଲା ଟିକାକରଣ ସମୟ..ଜାଣନ୍ତୁ ଏଣିକି କେଉଁ ସମୟରେ ଦିଆଯିବ ଟିକା?
ବଦଳିଲା ଟିକାକରଣ ସମୟ । ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢୁଥିବାବେଳେ ଏହାକୁ ନଜରରେ ରଖି ସରକାର ଟିକାକରଣ ସମୟକୁ ପରିବର୍ତ୍ତନ କରିଛନ୍ତି ଜ୍ଝ କରୋନାର ଲେଉଟାଣିକୁ ନେଇ ଲୋକେ ଆଶଙ୍କିତ ମାହୋଲରେ ଥିବା ବେଳେ ଅନ୍ୟପଟେ ଚିନ୍ତା ବଢାଉଛି ଭୀଷଣ ଗରମ। ଏବେ ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ ଜାରି ରହିବ। ଏ ନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ସୋମବାର ଚିଠି ଲେଖିଛନ୍ତି।
ସେହିପରି ସନ୍ଧ୍ୟା ୬ଟା ୩୦ ସୁଦ୍ଧା ସବୁ ଜିଲ୍ଲାର ଟିକାକରଣ ରିପୋର୍ଟ ଦାଖଲ ହେବ ଜ୍ଝ ଟିକାକରଣ କେନ୍ଦ୍ରରେ ଅପେକ୍ଷା ଗୃହ, ଭ୍ୟାକସିନେସନ କକ୍ଷ ସାଙ୍ଗକୁ ପିଇବା ପଣିଆର ବ୍ୟସ୍ଥା କରିବାକୁ କୁହାଯାଇଛି ଜ୍ଝ ଏହା ସହ ମାସ୍କ ବ୍ୟବହାର, ହାତ ଧୋଇବା ବ୍ୟବସ୍ଥା, ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ କୁହାଯାଇଛି ଜ୍ଝ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଦିନ ବେଳେ ଲୋକଙ୍କୁ ଘରକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟିକାକରଣ ସମୟରେ ପରିବର୍ତ୍ତନ କରିଛନ୍ତି।
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଦୈନିକ ସଂକ୍ରମଣ ପାଞ୍ଚ ଶହ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୩୨୬୮ରେ ପହଞ୍ଚିଛି । ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ଟିକାକରଣ ପ୍ରକିୟାକୁ ଜୋରଦାର କରାଯାଇଛି ।