କଙ୍କାଳ କାହାର? ପରିଚୟ ଦେଲେ ମିଳିବ ପୁରସ୍କାର
ପରିଚୟ ଦେଲେ ପୁରସ୍କାର । ଖୋର୍ଦ୍ଧା ଯାଆଁଳା ଫାଣ୍ଡି ପରିସରରେ ଥିବା ଜବତ କାରରୁ ମିଳିଥିବା ମହିଳାଙ୍କ କଙ୍କଳା ଘଟଣାରେ ପୁଲିସକୁ ତଥ୍ୟ ମିଳିପାରିନାହିଁ । ଏଯାଏ ପୁଲିସକୁ ମହିଳା ଜଣକ କିଏ ସେ ନେଇ କିଛି ସନ୍ଧାନ ମିଳିନାହିାଁ ମହିଳାଙ୍କ ପରିଚୟ ଖୋଜିବାକୁ ଜୋରଦାର ପ୍ରୟାସ ଚଳାଇଛି କମିସନରେଟ ପୁଲିସ । ମହିଳାଙ୍କ ପରିଚୟ ଯିଏ ଦେବ ତାଙ୍କୁ ପୁରସ୍କାର ମିଳିବ କିମସନରେଟ ପୁଲିସ ପୁଲିସ ପକ୍ଷରୁ କୁହଯାଇଛି ।
ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର । ଏଥିପାଇଁ ପୋଲିସ କମିଶନରଙ୍କୁ ଚିଠି ଲେଖିବେ ଭୁବନେଶ୍ୱର ଡିସିପି । ଗତ ଫେବ୍ରୁଆରୀ ୧୨ ତାରିଖରେ ଯାଁଳା ଫାଣ୍ଡି ପରିସରରୁ ଏକ ସିଜ କାର ଭିତରୁ ମିଳିଥିଲା ମହିଳାଙ୍କ କଙ୍କାଳ । ମହିଳାଙ୍କ ପରିଚୟ ପାଇବା ପାଇଁ କଙ୍କାଳରୁ ସ୍କେଚ୍ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି ପୋଲିସ । ଏପରିକି ରାଜ୍ୟ ବାହାରକୁ ପୋଷ୍ଟର ପଠାଇ ସାରିଛି କମିଶନରେଟ୍ ପୁଲିସ । ୪ଟି ରାଜ୍ୟକୁ ପୋଷ୍ଟର ପଠାଯାଇଛି । କଙ୍କାଳର ପରିଚୟ ଜାଣିବା ପାଇଁ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡକୁ ପୋଷ୍ଟର ପଠାଇଛି ପୁଲିସ । ସେହି ୪ ରାଜ୍ୟର ଏଡିଜିଙ୍କ ସହ କଥାବାର୍ତା ବି କରାଯାଇଛି । ଏସସିଆରବି ୱେବସାଇଟରେ ମଧ୍ୟ କଙ୍କାଳ ସ୍କେଚ୍ ଅପଲୋଡ କରାଯାଇଛି । ଏତେଦିନ ହେଲା ମହିଳାଙ୍କ ବାବଦରେ କିଛି ସୂଚନା ମିଳୁନଥିବାବେଳେ ପରିଚୟ ପାଇବାକୁ ଜୋରଦାର ପ୍ରୟାସ କରୁଛି କମିଶନରଟେ ପୋଲିସ ।