THE BYAPINI

ରାଜଧାନୀରେ ଆପାର୍ଟମେଂଟ ସିଲ..

Get real time updates directly on you device, subscribe now.

ରାଜଧାନୀରେ ବଢିଲା ସଂକ୍ରମଣ ଚିନ୍ତା । ଖୋର୍ଦ୍ଧାରେ ସଂକ୍ରମଣ ସର୍ବାଧିକ ରହୁଥିବା ବେଳେ ଭୁବନେଶ୍ୱରର ଏକ ଆପାର୍ଟମେଂଟରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ମୁଣ୍ଡ ବ୍ୟଥାର କାରଣ ପାଲଟିିଛି । ଭୁବନେଶ୍ୱରରେ ଏକ ଆପାର୍ଟମେଂଟରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆପାର୍ଟମେଂଟକୁ ସିଲ କରାଯାଇଛି ।

ଭୁବନେଶ୍ୱର ଟଙ୍କପାଣି ସ୍ଥିତ ତରୁ ଆପାର୍ଟମେଂଟ ସିଲ । ଆପାର୍ଟମେଂଟର ତିନୋଟି ଫ୍ଲାଟରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ରେ ସିଲ କରିଦିଆଯାଇଛି । ୧୦ ଦିନ ପର୍ଯ୍ୟନ୍ତ ନା କେହି ବାହାର ଲୋକ ଆସିପାରିବେ ନା କେହି ଭିତରୁ ବାହାରକୁ ଯାଇପାରିବେ । ବିଏମସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦିଆଯିବ ।

ମଙ୍ଗଳବାର ରାଜ୍ୟରେ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ କେବେଳ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଧୀରେ ଧୀରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।

Get real time updates directly on you device, subscribe now.

Leave A Reply

Your email address will not be published.