THE BYAPINI

ଏଣିକି କାରରେ ଏକୁଟିଆ ଥିଲେ ମାସ୍କ ବାଧ୍ୟ..ନଚେତ୍..

Get real time updates directly on you device, subscribe now.

ଆପଣ କାରରେ ଏକା ଗଲେ ମାସ୍କ ପିନ୍ଧୁନାହାନ୍ତି କି ? ଏଣିକ ହୋଇଯାନ୍ତୁ ସାବଧାନ । କାରରେ ଏକା ଗଲାବଳେ ବି ପିନ୍ଧିବାକୁ ପଡିବ ମାସ୍କ । କରୋନା କାଳରେ ସାଧାରଣ ଲୋକଙ୍କୁ ଦିଲ୍ଲୀ ହାଇକୋର୍ଟ କଡ୍ଡା ତାଗିଦ୍ କରିଛନ୍ତି । ହାଇକୋର୍ଟ କହିଛନ୍ତି କି ଗାଡିକୁ ସର୍ବସାଧାରଣ ସ୍ଥାନ ଭାବେ ମାନିବାକୁ ପଡିବ । ତେଣୁ ଆପଣ ଗାଡିରେ ଏକାଥାଇ ଗାଡି ଚାଳନା କରୁଥିଲେ ବି ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ ।

କରୋନା ସଂକ୍ରମଣ ଦେଶରେ ଲକ୍ଷେ ଟପିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ସାଧାରଣ ଲୋକଙ୍କୁ କଡା ତାଗିଦ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ମାସ୍କ ଏକ ପ୍ରତିରକ୍ଷା କବଚ ଭାବେ କାର୍ୟ୍ୟ କରିଥାଏ। ଯାହାକି କରୋନା ସଂକ୍ରମଣ ବଢ଼ିବାକୁ ରୋକିବାରେ ସହାୟକ । ଯେ କେହି ବି ଏହି ନିର୍ଦ୍ଦେଶନାମାର ଅବମାନନା କରେ ତାହେଲେ ସେ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । କୋର୍ଟ ଏହାର ଯର୍ଥାତତା ଦେଖାଇ କହିଛନ୍ତି କି ଆପଣ ଯେତେବେଳେ ଟ୍ରାଫିକରେ ଗାଡି ରଖୁଛନ୍ତି ସେତେବେଳେ ଆପଣ ଗାଡିର ଡୋର ଖୋଲି ଭିଡ ଉପରେ ନଜର ରଖୁଛନ୍ତି । କରୋନାର ଦ୍ୱିତୀୟ ଲହର ଏଭଳି ଅବସ୍ଥାରେ ପହଂଚିଛି କି ସେତିକି ସମୟ ଭିତରେ ବି କରୋନା ଭୂତାଣୁ ଆପଣଙ୍କୁ ସଂକ୍ରମିତ କରିପାରେ ।

ଗତ କିଛିଦିନ ହେବ ଦିଲ୍ଲୀରେ ଲଗାତାର ସଂକ୍ରମଣ ହାର ବଢିବାରେ ଲାଗିଛି । ଦିଲ୍ଲୀରେ ମୋଟ୍ ୫୧୦୦ ନୂଆ କେସ୍ ସାମ୍ନାକୁ ଆସିଛି । ଯାହାକି ଗତ ୬ ମାସରେ ସର୍ବାଧିକ ଅଟେ । ଏସବୁକୁ ଦୃଷ୍ଟିରେ ରଖି କଠୋର ହେବାକୁ ନିଷ୍ପତ୍ତି ନିଆଯାଇଛି । ଏଠାରେ ପୂରା ଏପ୍ରିଲ ମାସରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଦରକାର ନଥିଲେ କାହାକୁ ଘରୁ ବାହାରକୁ ନହେବାକୁ ବାରଣ କରାଯାଇଛି । ପୂର୍ବରୁ ମଧ୍ୟ କଟକଣା କଡାକଡି କରାଯାଇଥିଲା । ନିୟମ ଉଲ୍ଲଙ୍ଘନ କାରୀଙ୍କ ଠାରୁ ଚାଲାଣ ବି କଟାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.