ଏପ୍ରିଲ ୯ରୁ ୧୧ ଦିନିଆ ଲକଡାଉନ୍
ଦେଶରେ କରୋନା ସଂକ୍ରମଣ ଯେପରି ବଢିଚାଲିଛି, ତାକୁ ନିୟନ୍ତ୍ରଣ କରିବା ପାଇଁ ପୁଣି ଥରେ ଫେରିଛି କର୍ଫ୍ୟୁ,ଲକଡାଉନ,କଟେଂନମେଂଟ ଜୋନ । କଟକଣାକୁ କଡାକଡି କରାଯାଇଛି । ଦେଶରେ ଲକ୍ଷେ ଉପରେ ସଂକ୍ରମଣ ରହୁଥିବା ବେଳେ ୮ ରାଜ୍ୟରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାରେ ପକାଇଛି । ଛତିଶଗଡ ସରକାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ରାୟପୁରରେ ୧୦ ଦିନିଆ ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଛତିଶଗଡ଼ ରାଜଧାନୀ ରାୟପୁରରେ ସଂପୂର୍ଣ୍ଣ ଲକଡାଉନ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।ଏହି ଲକଡାଉନ୍ ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ଲାଗୁ କରାଯିବ । ପୂର୍ଣ୍ଣ ଲକଡାଉନ ସମୟରେ ଜିଲ୍ଲାର ସମସ୍ତ ସୀମା ସିଲ୍ କରାଯିବ ବୋଲି କୁହାଯାଇଛି । ଲକଡାଉନ୍ ସମୟରେ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏହାସହ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ବି ବନ୍ଦ ରହିବା ବା ସହ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପଟେ ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ଯେଉଁ ଶ୍ରମିକ ମାନେ ପ୍ରତିଷ୍ଠାନ ଭିତରେ କାମ କରୁଛନ୍ତି ସେମାନେ କାର୍ୟ୍ୟ କରିପାରିବେ । ଏହାସହ ସମସ୍ତ ଧାର୍ମିକ ପୀଠ, ପର୍ୟ୍ୟଟନସ୍ଥଳୀ ବି ବନ୍ଦ ରହିବ ବୋଲି କୁହାଯାଇଛି ।
ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ଜରୁରୀ ବୈଠକ ଡାକିଥିଲେ। ବୈଠକରେ ରାଜ୍ୟର କରୋନା ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଛତିଶଗଡ଼ରେ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ବାଘେଲ ଲୋକଙ୍କୁ ଅଯଥା ଘରୁ ନ ବାହାରିବାକୁ କହିଛନ୍ତି।ମଙ୍ଗଳବାର ଦିନ ଛତିଶଗଡରେ ରେକର୍ଡ ସଂଖ୍ୟକ ୯୯୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୫୩ ଜଣ ଲୋକ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । କେବଳ ରାୟପୁରରୁ ୨୮୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।