THE BYAPINI

ସ୍କୁଲ ବନ୍ଦ ନେଇ ସରକାରଙ୍କ ବଡ଼ ଘୋଷଣା

Get real time updates directly on you device, subscribe now.

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସରକାରଙ୍କୁ ଘାରିଛି କରୋନା ଭୟ । ମହାମାରୀ କରୋନା ବ୍ୟାପୁଥିବାରୁ ସ୍କୁଲ ବନ୍ଦକୁ ନେଇ ବଡ଼ ନିଷ୍ପତି ନେଇଛନ୍ତି ସରକାର । ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ ଘୋଷଣା କରିଛନ୍ତି। କରୋନା ସ୍ଥିତି ଦେଖି ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଏପ୍ରିଲ ୩୦ ପର୍ୟ୍ୟନ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ କ୍ଲାସ ବନ୍ଦ ରହିବ। ହଷ୍ଟେଲ, ଆବାସିକ ସ୍କୁଲରେ ପଢୁଥିବା ପିଲାଙ୍କୁ ଘରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦଶମ ଓ ଦ୍ୱାଦଶ କ୍ଲାସ ୨୫ ପର୍ୟ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ। କରୋନା ଆକ୍ରାନ୍ତଙ୍କ ସଂଖାକୁ ଦୃଷ୍ଟିରେ ରଖି ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀ କ୍ଲାସ୍ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗର ସମସ୍ତ ନିର୍ଦ୍ଦେଶକ ଓ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ତୁରନ୍ତ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସ୍କୁଲ୍ କର୍ତ୍ତୃପକ୍ଷ ଅନଲାଇନ୍ ପାଠପଢ଼ା ଜାରି ରଖିବାକୁ କୁହାଯାଇଛି । ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ାକୁ ସ୍ଥଗିତ ରଖାଯାଇଥିବା ବେଳେ ଏପ୍ରିଲ୍ ୨୫ ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜାରି ରହିବ । ଶ୍ରେଣୀଗୃହ ଓ ବିଦ୍ୟାଳୟ ପରିସରରେ କୋଭିଡ୍ କଟକଣାକୁ ମାନ ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.