ମହାମାରୀ ଆଣିବ ମହାବିପଦ!
ସବୁ ରେକର୍ଡ ଭାଙ୍ଗିଛି ସଂକ୍ରମଣ । ଦେଶରେ ଯେପରି ସଂକ୍ରମଣ ବୃଦ୍ଧି ପାଉଛି ଧୀରେ ଧୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଲଗାତର ଭାବେ କରୋନା ସଂକ୍ରମଣ ଲକ୍ଷେ ଉପରେ ରହୁଥିବା ବେଳେ ଗତ ୨୪ ଘଂଟାରେ ଲକ୍ଷେ ୨୬ ହଜାର ୭୮୯ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଦୈନିକ ସଂକ୍ରମଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୬ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୮୪ଜଣଙ୍କ ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୧ ହଜାର ୭୮୫ରେ ପହଞ୍ଚିଛି। ତେବେ ପୂର୍ବ ଦିନ ତୁଳନାରେ ଗୁରୁବାର ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ପଟେ ଦିନକରେ ୫୯ହଜାର ୨୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୯ଲକ୍ଷ ୧୦ହଜାର ୩୧୯ଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ଲକ୍ଷେ ୬୬ହଜାର ୮୬୨ରେ ପହଞ୍ଚିଛି ।
କେବଳ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୯୦୭ ଟି ନୂଆ ମାମଲା ଆସିଥିବାବେଳେ ୩୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦିଲ୍ଲୀରେ ସାଢ଼େ ପାଞ୍ଚ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେବା ସହ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ୟୁପିରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬ ହଜାର କରୋନା ରୋଗୀ ଚିହ୍ନଟ ହେବା ସହ ୪୦ ଜଣଙ୍କର ମୃତ୍ୟୁ ହୋଇଛି।