ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ପୁଣି ସିଲ୍
ବଢିଲା କଟକଣା । ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁଆଉ ୪ ଦିନ ପାଇଁ ସିଲ କରାଯାଇଛି । ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଏସବିଆଇ ମେନ୍ ବ୍ରାଞ୍ଚ ପୁଣି ସିଲ୍ କରିଛି ବିଏମସି । ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟର ଉଭୟ ତଳ ଓ ପ୍ରଥମ ମହଲା କୋଠାକୁ ଆଜିଠାରୁ ଅର୍ଥାତ ୮ ରୁ ୧୧ ତାରିଖ ପର୍ୟ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଏକାଥରକ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ଏହାକୁ ୨ ଦିନ ପାଇଁ ସିଲ କରିଥିଲା ବିଏମସି । ୪ ତାରିଖରୁ ୬ ତାରିଖ ଦୁଇ ଦିନ ପାଇଁ ଏହି ଶାଖାକୁ ସିଲ କରାଯାଇଥିଲା। ଲୋକଙ୍କୁ ମୁଖ୍ୟ କାର୍ୟ୍ୟାଳୟକୁ ନଆସି ଅନଲାଇନରେ କାରବାର କରିବାକୁ କୁହାଯାଇଥିଲା। ଏବେ ପୁଣି ଥରେ ସେହି ଶାଖାକୁ ୧୧ ତାରିଖ ପର୍ୟ୍ୟନ୍ତ ସିଲ୍ ଅବଧିକୁ ବୃଦ୍ଧି କରାଯାଇଛି । ସେପଟେ ରାଜ୍ୟରେ ଆଜି ୯୦୦ ମୁହାଁ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।