THE BYAPINI

‘ପରୀ’ ପାଇଁ ପାଟିତୁଣ୍ଡ । ବାଚସ୍ପତିଙ୍କ ପୋଡିୟମ ଚଢିଲା ବିଜେପି..

Get real time updates directly on you device, subscribe now.

ପରୀ ମୃତ୍ୟୁ ପ୍ରସଙ୍ଗରେ ୩ ଦିନ ହେବ ବିଧାନସଭା ହୁଲସ୍ତୁଲ ପରେ ଆଜି ମାମଲାର ଏସଆଇଟି ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିରୀକ୍ଷଣରେ ହେବ ପରୀ ମୃତ୍ୟୁର ଏସଆଇଟି ତଦନ୍ତ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏସଆଇଟି ଟିମରେ ୫ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଇଜି ଅରୁଣ ବୋଥ୍ରା ଏହି ଟିମର ନେତୃତ୍ୱ ନେବେ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରରକୁ ଚିଠି କରାଯାଇଛି ।ଏନେଇ ଆଜି ବିଧାନସଭାରେ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହକୁ ଚଲାଇଦେଉନାହାନ୍ତି ବିରୋଧୀ । ଆଜି ଦିନ ଗୃହ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହରେ ହୋହାଲ୍ଲା କରିଥିଲେ । ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ ବିରୋଧୀ । ହୋହାଲ୍ଲା ଯୋଗୁ ବାଚସ୍ପତି ଗୃହକ ଦିନ ୩ଟା ଯାଏ ମୂଲତବୀ କରିଥିଲେ । ଦିନ ୩ଟାରେ ଗୃହ ଆରମ୍ଭ ହେବା ପରେ ପୁଣି ସମାନ ପ୍ରସଙ୍ଗରେ ବିଜେପି ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ । ବିଜେପି ବିଧାୟକ ମୋହନ ମାଝୀ ବାଚସ୍ୱତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିବା ମାଇକ ଓପାଡିଦେଇଥିଲେ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରେସମିଟ କରି କହିଛନ୍ତି ଯେ, ସରକାରଙ୍କ ସହ ସଲାସୁତରା ହୋଇ ବିଜେପି କାମ କରୁଛି । ପରୀ ଘଟଣାରେ ହାଇକୋର୍ଟଙ୍କ ମନିଟରିଂରେ ଏସଆଇଟି ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା ପରେ ବି ବିଜେପି ଗୃହ ଚଳାଇଦେଉନି । ବିିଭନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗାର ମୁଖ୍ୟ ବିରୋଧୀ ଆେଊାଚନା କରାଇ ଦେଉନାହାନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.