THE BYAPINI

ସିନେମା ହଲ ସିଲ୍

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କଟକଣା କଡ଼୍ାକଡି କରାଯାଇଛି । ନିୟମ ଉଂଲଘନକାରୀଙ୍କ ଠାରୁ ମୋଟା ଅଙ୍କର ଫୋଇନ ଆଦାୟ କରାଯାଉଛି । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଯେଉଁଠି କୋଭିଡ୍ ନିୟମର ଉଲ୍ଲଂଘନ ଘଟଣା ସାମ୍ନାକୁ ଆସୁଛି ସେଠାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ରାୟଗଡାରେ ଅଶୋକ ସିନେମା ହଲ୍କୁ ସିଲ୍ କଲା ପୋଲିସ ଓ ପ୍ରଶାସନ ।

କୋଭିଡ୍ ନିୟମ ଉଲଂଘନ କରିବା ଅଭିଯୋଗରେ ଅଶୋକ ସିନେମା ହଲକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ସାମାଜିକ ଦୂରତା ଓ ମାସ୍କ ପରିଧାନ ନିୟମକୁ ପାଳନ କରିନଥିବାରୁ ଯାଞ୍ଚ ସମୟରେ ଧରାପଡିଥିଲା । ଫଳରେ ସିନେମା ହଲକୁ ସିଲ୍ କରିଦିଆଯାଇଛି । ରାୟଗଡା ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ସିନେମା ହଲକୁ ସିଲ୍ କରାଯାଇଛି । ସେହିପରି ଉଦୟପ୍ଲାଜା ସିନେମା ହଲକୁ କେବଳ ଚେତାବନୀ ଦେଇ ଛାଡି ଦେଇଛି ପ୍ରଶାସନ ।

ରାୟଗଡାରେ ମଧ୍ୟ ବ୍ୟାପୁଛି କରୋନା ସଂକ୍ରମଣ । ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସଂକ୍ରମଣ ଯେପରି ଅଧିକ ନବ୍ୟାପେ ସେନେଇ ସତର୍କ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.