THE BYAPINI

ଗଳି ଗଳିରେ କରୋନା ରୋଗୀ

Get real time updates directly on you device, subscribe now.

ଦେଶରେ ସଂକ୍ରମଣ ନିୟନ୍ତ୍ରଣ ବାହାରେ ଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ଖରାପ ଆଡକୁ ଗତି କରୁଛି । ଏପ୍ରିଲ ମାସରେ ଭୟଙ୍କର ରୂପ ନେଉଛି ଭାଇରସ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ୨୪ ଘଂଟାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ବି ଧୀରେ ଧୀରେ ବଢୁଛି। ୧୨ ଦିନ ମଧ୍ୟରେ ରାଜ୍ୟରେ ମୋଟ ୧୦ ହଜାର ୩୮୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ତେଣୁ ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

ଗତ ୨୪ ଘଣ୍ଟା ମଧ୍ୟରେ ୧୭୪୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କର କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ ୧୦ ତାରିଖ ରାଜ୍ୟରେ କରୋନାରେ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ଆଜି ପୁଣି ଦୁଇଜଣ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୨୮କୁ ବୃଦ୍ଧି ପାଇଛି । ମୃତକ ଦୁଇ ଜଣ ନୂଆପଡା ଜିଲ୍ଲାର ବୋଲି ଜଣାପଡିଛି । ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ସମ୍ବଲପୁରରୁ ୧୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରୁ ୯୩ ଜଣ,କଟକରୁ ୫୮ ଜଣ, ଯାଜପୁର ଜିଲ୍ଲାରୁ ୩୮ ଜଣ, ପୁରୀରୁ ୫୪ ଜଣ, ନୂଆପଡା ଜିଲ୍ଲାରୁ ୯୬ ଜଣ ଚିହ୍ନଟ ହୋଇଛନ୍ତି । ତେବେ ନୂଆପଡା ଜିଲ୍ଲାରେ ୧୧ ଦିନରେ ୭ଶହରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ୪ରୁ ୫ ଦିନ ହେବ ଜିଲ୍ଲାରେ ୫୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ୧୦ ତାରିଖ ଦିନ ଜିଲ୍ଲାରେ ସର୍ବାଧିକ ୧୩୫ ଜଣ ଆକାନ୍ତ ଚିହ୍ନଟ ହୋଇଥିଲେ। ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବଢ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ କରୋନା ସ୍ଥିତିର ସମୀକ୍ଷା କରିବା ଲାଗି ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ନୂଆପଡ଼ା ଜିଲ୍ଲାରେ ଖୁବ୍ ଶୀଘ୍ର ବିଶେଷଜ୍ଞ ଡାକ୍ତରୀ ଦଳ ଯୋଗ ଦେବା ସହିତ ଏକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ସେହିପରି ସୁନ୍ଦରଗଡରେ ଯେପରି ଭାବେ ସଂକ୍ରମଣ ବ୍ୟାପୁଛି ଖୁବ ଶୀଘ୍ର ଏହା ହଟସ୍ପଟରେ ପରିଣତ ହୋଇପାରେ । ଯଦି ଆଗକୁ ସ୍ଥିତି ନିୟନ୍ତ୍ରଣ ନହୁଏ ତାହେଲେ ପରିସ୍ଥିତି ବହୁ ଖରାପ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.