THE BYAPINI

ମମତାଙ୍କୁ ମନା ପ୍ରଚାର

Get real time updates directly on you device, subscribe now.

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ରୋକ । ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ୟ୍ୟନ୍ତ ୨୪ ଘଂଟା ଲାଗି ବ୍ୟାନ କରିଛନ୍ତି ନିର୍ବାଚନ କମିଶନ।

ଏକ ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମଙ୍କୁ ନେଇ ମମତା ବୟାନ ଦେବା ପରେ ନିର୍ବାଚନ କମିସନ ନୋଟିସ ପଠାଇବା ସହ ଏହି କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ଦିଦି ମୁସଲିମ୍ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ହିନ୍ଦୁ-ମୁସଲମାନ୍ ଶବ୍ଦ ଉଚ୍ଚାରଣ କରିବା ସହ ସଂପ୍ରଦାୟିକ ବିଭାଜନ ସୃଷ୍ଟିକାରୀ ଭାଷଣ ଦେଇଥିଲେ। ଏଥିସହ ଭୋଟରମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀଙ୍କୁ ଘେରାଉ କରିବା ଲାଗି ଉସକାଇଥିଲେ। ଏଭଳି କାର୍ୟ୍ୟକଳାପ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନର ଦଣ୍ଡ ସ୍ବରୂପ ଦିଦିଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିସନ।

ମଙ୍ଗଳବାର ରାତି ୮ଟା ପରେ ମମତା ପୁଣି ପ୍ରଚାର କରିପାରିବେ। ନିର୍ବାଚନ କମିଶନ ନିର୍ଦ୍ଦେଶନାମାରେ କହିଛନ୍ତି, ମମତା ବାନାର୍ଜୀ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ତାଙ୍କ ବୟାନ ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି। ମଙ୍ଗଳବାର ରାତି ୮ଟା ପରେ ମମତା ପୁଣି ପ୍ରଚାର କରିପାରିବେ। ନିର୍ବାଚନ କମିଶନ ନିର୍ଦ୍ଦେଶନାମାରେ କହିଛନ୍ତି, ମମତା ବାନାର୍ଜୀ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ତାଙ୍କ ବୟାନ ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.