୭ ଦିନ ଯାଏଁ ବନ୍ଦ ହେଲା ଧର୍ମାନୁଷ୍ଠାନ
ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଗଂଜାମ ପାଇଁ ନୁଆ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଗଂଜାମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଜିଲ୍ଲାରେ ବଢ଼ୁଥିବା ସଂକ୍ରମିତ ସଂଖ୍ୟାକୁ ଆଖି ଆଗରେ ନୂଆ ଗାଇଡଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ୭ ଦିନ ଯାଏଁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ।
ଏହି ୭ ଦିନ ଧର୍ମାନୁଷ୍ଠାନ ଗୁଡ଼ିକୁ ସାନିଟାଇଜ୍ କରାଯିବ। ତା’ ସହ ଠାକୁରଙ୍କ ରୀତିନୀତି ପାଳନ ହେବ। ମନ୍ଦିରରେ କେବଳ ପୂଜକ ମାନେ ରୀତିନୀତିରେ ପୂଜା କରିପାରିବେ । ଜିଲ୍ଲାରେ ପାଳନ ହେବ ନାହିଁ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି।ଜିଲ୍ଲାର ସମସ୍ତ ପାର୍କ, ସମୁଦ୍ର ବେଳାଭୂମି, ପଡିଆ, ହ୍ରଦ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ। ଯେଉଁମାନେ ଏହି ନିୟମକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ। ।
ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ଦୁଇ ଜଣ ପୂଜକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦେଶୀ ବେହେରା ସାହିକୁ ସିଲ୍ କରିଛି ପ୍ରଶାସନ । ଏବଂ ଚତୁଃପାର୍ଶ୍ୱକୁ କଣ୍ଟେନମେଣ୍ଟ ଜୋନ ଘୋଷୋଣା କରିଛି । ମାଆଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଏଣିକି ଯାତ୍ରା ସରିବା ଅର୍ଥାତ ୧୬ ତାରିଖ ଯାଏ ମାଆଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଏହାସହ ମଣ୍ଡପରେ ପୂଜକ ଓ କର୍ମକର୍ତ୍ତାଙ୍କ ସମେତ ଅତି ବେଶୀରେ ୧୦ ଜଣଙ୍କ ପ୍ରବେଶକୁ ଅନୁମତି ମିଳିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଗଂଜାମରେ ଯେମିତି ପୂର୍ବ ପରି ସ୍ଥିତି ଉପୁଜେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଉଛି ।