୧୧ ଜିଲ୍ଲାରେ ଟିକାକରଣ ବନ୍ଦ
ଯେତେବେଳେ ସଂକ୍ରମଣ ବଢୁଛି,ସେତେବେଳେ ରାଜ୍ୟରେ ଦେଖାଦେଇଛି ଟିକାର ଅଭାବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଟିକା ଉତ୍ସବ ଚାଲିଛି । ଏପଟେ କିନ୍ତୁ ଟିକାର ଅଭାବ ଦେଖାଦେଇଛି । କେନ୍ଦ୍ର ଯେତିକି ଟିକା ଦେଉଛି, ସେତିକି ଟିକାକୁ ନେଇ ରାଜ୍ୟ ସରକାର ନିଜର ଲକ୍ଷ୍ୟ ପୂରଣ କରିପାରୁନାହାନ୍ତି । ୧୧ଟି ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ ରହିଛି । ଆଜି କେବେଳ ୫୦୦ଟି କେନ୍ଦ୍ରରେ ଟିକାକରଣ ଚାଲିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ସୋନପୁର , ଗଜପତି, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ ଓ କୋରାପୁଟ । ଏହି ୧୧ ଜିଲ୍ଲାରେ ଏବେ ଟିକାକରଣ ବନ୍ଦ ରହିଛି । ରାଜ୍ୟକୁ କେନ୍ଦ୍ର କମ ଟିକା ଦେଉଛି । କମ ଟିକା ଆସଥିବାରୁ ଏହି ସବୁ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି । ଟିକା ଦେବା ପାଇଁ ଗତକାଲି ପୁଣି ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ବର୍ତମାନ ରାଜ୍ୟରେ ୬୧ ହଜାର କୋଭାକ୍ସିନ ଓ ୩ ଲକ୍ଷରୁ ଅଧିକ କୋଭିସିଲ୍ଡ ଅଛି । ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ଆସିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।
୧୦ ଦିନ ପାଇଁ୨୫ ଲକ୍ଷ ଟିକା ଯୋଗାଇଦେବାକୁ ଦାବି କରାଯାଇଥିଲା ।ଏବେ ଟିକା ଅଭାବରୁ ରାଜ୍ୟରେ ଦୈନିକ ଟିକାକରଣ କ୍ଷମତା ଲକ୍ଷଙ୍କଳର ଖସିଆସିଛି ।ସଂକ୍ରମଣ ବଢୁଥିବା ବେଳେ ଟିକା ଅଭାବ ଲୋକଙ୍କ ଚିନ୍ତା ବଢାଇଦେଇଛନ୍ତି । ସେପଟେ ଦିନକରେ ରାଜ୍ୟରେ ୧୭ଶହ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ନୂଆପଡାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୩୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।