THE BYAPINI

୧୪ ଦିନରେ ୧୪ ହଜାରରୁ ଅଧିକ ଆକ୍ରାନ୍ତ

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ଯେପରି ଭାବେ ବଢୁଛି ଆଗକୁ ସ୍ଥିତି ବହୁତ ବିଗିଡିପାରେ ।ଏପ୍ରିଲ ମାସ ଆରମ୍ଭରୁ ସଂକ୍ରମଣ ଓଡିଶାରେ ବଢିବାରେ ଲାଗିଛି । ୧୪ ଦିନରେ ୧୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି । କଟକଣା, କର୍ଫ୍ୟୁ, କଂଟେମେଂଟ ଜୋନ ପରେ ବି କରୋନା ଅଣାୟତ ହେବାରେ ଲାଗିଛି ।୭ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଶହେ ଟପିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ଗତ ୨୪ ଘଂଟାରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍‌ କରିଛି। ୨,୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର, ଗଞ୍ଜାମ ଓ ବଲାଙ୍ଗିରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୨୦, କଟକରୁ ୧୧୭, ନବରଙ୍ଗପୁରରୁ ୧୦୪, ନୂଆପଡ଼ାରୁ ୧୦୪ ଓ ସମ୍ବଲପୁରରୁ ୧୨୦ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୪୮ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬୭, ଭଦ୍ରକରୁ ୨୮, ବଲାଙ୍ଗିରର ୯୩, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୫, ଗଜପତିରୁ ୩୧, ଗଞ୍ଜାମରୁ ୭୦, ଜଗତସିଂହପୁରରୁ ୩୫, ଯାଜପୁରରୁ ୫୨, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୩୪, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୫୫, କୋରାପୁଟରୁ ୧୨, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୬୦, ନୟାଗଡ଼ରୁ ୧୯, ପୁରୀରୁ ୭୦, ରାୟଗଡ଼ାରୁ ୨୭ ଓ ସୋନପୁରରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୫୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୨୪୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୧୧୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.