THE BYAPINI

‘ରାହୁଲଙ୍କ ଭାଷା କହୁଛନ୍ତି ସ୍ୱାସ୍ଥ୍ୟ ସଚିବ’

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶରେ ଚାଲିଥିବା ଟିକା ଉତ୍ସବ ଆଜି ସରିବ । ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଏହି ଅଭିଯାନ ଚାଲିଛି । ହେଲେ ଓଡିଶାରେ ଟିକା ଅଭାବ ମଧ୍ୟରେ ସରିବ ଟିକା ଉତ୍ସବ । ଟିକି ନଥିବାରୁ ଓଡିଶାର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ଥିବା ବେଳେ ଅନ୍ୟପଟେ ଟିକା ଅଭାବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟ ସରକାର କହୁଛନ୍ତି , କେନ୍ଦ୍ର ଟିକା ଦେଉନି । ଫଳରେ ଓଡିଶାରେ ଟିକା ଅଭାବରୁ ୧୧ଟି ଜିଲ୍ଲାର ୯୮୧ଟି କେନ୍ଦ୍ରରେ ଟିକାକରଣ ସଂପ୍ରୂ୍ଣ ବନ୍ଦ ଅଛି । ସେପଟେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ସାରା ଭାରତରେ ୧୧-୧୨ କୋଟି କରୋନା ଟିକାରୁ କେବଳ ଓଡିଶାକୁ ୪୫ ଲକ୍ଷ ଟିକା ଆସିଛି । ରାଜ୍ୟରେ ଟିକାର ଅଭାବ ନାହିଁ । ଧର୍ମେନ୍ଦ୍ର କଟାକ୍ଷ କରି କହିଛନ୍ତି, ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଏକଥା ଭାବୁ ନାହାନ୍ତି  ବରଂ ନିଜର ବାହାପିଆ ପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି । ଓଡିଶାର ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧିଙ୍କ ଭାଷା କହୁଛନ୍ତି ।  ତାଙ୍କୁ ଶୁଭେଚ୍ଛା ଦେବି। ଟିକାର ଅଭାବ ଥିବା କହି  ସେ ଏପରି ସଙ୍କଟ ତିଆରି କରନ୍ତୁ ନାହିଁ ।

ତେବେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଅତି କଡା ଶବ୍ଦରେ ନିନ୍ଦା କରି କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ଯେତେବେଳେ କରୋନା ଆରମ୍ଭ ହୋଇଥିଲା ସେତେବେଳେ ଦେଶରେ ଟିକାର ଅଭାବ ଥିଲା । ଆଜି ଦେଶରେ ଟିକା ଦିଆଯାଉଛି । ସମସ୍ତେ ସାମାଜିକ ଦୂରତା ମାନିବା, ମାସ୍କ ପିନ୍ଧିବା,ଓ ସମସ୍ତ ନିୟମ ମାନିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଟିକାଦାନ ହୋଇପାରି ନ ଥିବା ଜିଲ୍ଲା ଭିତରେ ସମ୍ବଲପୁର, ପୁରୀ, ଯାଜପୁର, ଭଦ୍ରକ, ନୟାଗଡ଼, ବୌଦ୍ଧ, ଗଜପତି, ଢେଙ୍କାନାଳ, କୋରାପୁଟ, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲା । ରାଜ୍ୟବ୍ୟାପୀ ଦିଆଯାଉଥିବା ‘କୋଭିସିଲ୍‌ଡ’ ଟିକାର ଅଭାବ ରହିଛି ବୋଲି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ।

Get real time updates directly on you device, subscribe now.

Leave A Reply

Your email address will not be published.