THE BYAPINI

ବାହାଘର ଉପରେ କରୋନା କଟକଣା

Get real time updates directly on you device, subscribe now.

କରୋନାର ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର କଟକଣା କଡାକଡି କରିଛନ୍ତି । ରାଜ୍ୟର ୨୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏହା ସହ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ସହ ସାପ୍ତାହିକ ସଟଡାଉନ ମଧ୍ୟ ଘୋଷଣା କରିଛନ୍ତି । ସେହିପରି ବିବାହ ଉତ୍ସବ ଓ ଅନ୍ତ୍ୟେଷ୍ଟି କ୍ର୍ରିୟା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ଏଣିକି ବିବାହରେ କେବଳ ୫୦ ଜଣ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ମିଳିବ । ପୂର୍ବରୁ ବିବାହ ପାଇଁ ପ୍ରୋସେସନ ଅନୁମତି ଦେଇଥିବା ରାଜ୍ୟ ସରକାର ଏବେ ପୁଣି ଥରେ ପ୍ରୋସେସନକୁ ନାଁ କହିଛନ୍ତି ।ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଯୋଗ ଦେବାକୁ ଅନୁମତି ମିଳିବ ବୋଲି ରାଜ୍ୟ ସରକାର ନିୟମ ଜାରି କରିଛନ୍ତି ।ଅପେରାରେ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା ବେଳ ଏବେ ୧୦୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସେହିପରି ସିନେମା ହଲ ୫୦ ପ୍ରତିଶତ ଦର୍ଶକଙ୍କୁ‌ ନେଇ ଚାଲିବ। ମାତ୍ର ସବୁଠାରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଅନୁସରଣ କରିବାକୁ କୁହାଯାଇଛି।

କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ସମସ୍ତ ପ୍ରକାର ସମାବେଶ ଉପରେ ରୋକ ଲଗାଇଛନ୍ତି ସରକାର। କୌଣସି ସାମାଜିକ, ଧାର୍ମିକ, ସାଂସ୍କୃତିକ, ରାଜନୈତିକ ଓ ଅନ୍ୟ ସବୁପ୍ରକାର ସମାବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.