THE BYAPINI

ଓଡିଶାରେ ମାଡିଲାଣି କରୋନା ମୃତ୍ୟୁ

Get real time updates directly on you device, subscribe now.

କରୋନା କବଜାରେ ଓଡିଶା । କରୋନାର ପ୍ରଥମ ଲହରଠୁ ସାଂଘାତିକ ରୂପ ନେଉଛି ଦ୍ୱିତୀୟ ଲହର । ଏପ୍ରିଲ ପହିଲାରୁ ରାଜ୍ୟରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ମହାମାରୀ। ଆକ୍ରାନ୍ତ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ରାଜ୍ୟରେ ଦିନକରେ ସଂକ୍ରମଣ ୩ ହଜାର ଟପିଛି । କରୋନାର ବିସ୍ଫୋରକ ସ୍ଥିତି ପରେ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି ।

ଗତ ୨୪ ଘଂଟାରେ ରାଜ୍ୟରେ ୩,୧୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ବଲାଙ୍ଗିର, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାର । ତେବେ କ୍ରମାଗତ ଭାବେ ସୁନ୍ଦରଗଡରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ସୁନ୍ଦରଗଡକୁ ଟପିଯାଇଛି ଖୋର୍ଦ୍ଧ । । ଖୋର୍ଦ୍ଧାର ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୨୩ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୧୧ଟି ଜିଲ୍ଲାରେ ଶହେ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ବାଲେଶ୍ୱରରୁ ୧୫୧, ନୂଆପଡ଼ାରେ ୧୪୦, ବରଗଡ଼ରେ ୧୩୨, ପୁରୀରେ ୧୧୪, ନବରଙ୍ଗପୁରରେ ୧୫୬, ସମ୍ବଲପୁର ୧୫୩, ରାୟଗଡ଼ା ୩୮, ଗଞ୍ଜାମରେ ୫୫, ଜଗତସିଂହପୁରରେ ୨୯, ଯାଜପୁରରେ ୭୫, ଝାରସୁଗୁଡ଼ାରେ ୮୯, କଳାହାଣ୍ଡିରେ ୫୫, କନ୍ଧମାଳରେ ୧୦, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୦୫, କୋରାପୁଟରେ ୨୩, ମାଲକାନଗିରିରେ ୩, ମୟୂରଭଞ୍ଜରେ ୭୧ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୧୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୯୩୮କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.