THE BYAPINI

ସାବଧାନ! ନିୟନ୍ତ୍ରଣ ବାହାରେ ସଂକ୍ରମଣ

Get real time updates directly on you device, subscribe now.

ଏବେ ସାବଧାନ ହୋଇଯାନ୍ତୁ । କାରଣ ଦେଶରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଯେପରି ବଢୁଛି ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ଆଜି ଦ୍ୱିତୀୟ ଥର ଲାଗି ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ୨ ଲକ୍ଷ ଟପିଯାଇଛି। ଦେଶରେ ୨ ଲକ୍ଷ ୧୭ ହଜାର ୩୫୩ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮୫ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ।

ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୭ ହଜାର ୩୫୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧,୧୮୫ ଜଣଙ୍କର ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭ରେ ପହଞ୍ଚିଛି । ସେହିପରି ମୋଟ୍ ୧ ଲକ୍ଷ ୭୪ ହଜାର ୩୦୮ ଲୋକ ପ୍ରାଣ ହରାଇଛନ୍ତି ।

୨୪ ଘଂଟାରେ କେବଳ ମହାରାଷ୍ଟ୍ରରୁ ୬୧ ହଜାର ୬୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ ଗତକାଲି ଉତ୍ତରପ୍ରଦେଶରୁ ୨୨,୩୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରୁ ୧୬,୬୯୯ , ଛତିଶଗଡରୁ ୧୫,୨୫୬ , କର୍ନାଟକରୁ ୧୪,୭୩୮, ମଧ୍ୟପ୍ରଦେଶରୁ ୧୦,୧୬୬, ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେପେଟେ ଦେଶରେ ଟିକାକରଣ ଜାରିଥିବା ବେଳେ ଏବେ ସୁଦ୍ଧା ମୋଟ ୧୧ କୋଟି ୭୨ ଲକ୍ଷ ୨୩ ହଜାର ୫୦୯ ଜଣଙ୍କୁ ଦିଆଯାଇଛି ଟିକା ।

Get real time updates directly on you device, subscribe now.

Leave A Reply

Your email address will not be published.