ସପ୍ତାହନ୍ତ ସଟଡାଉନରେ ବନ୍ଦ ହେବ ଟିକାକରଣ
ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ । ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାର ସହରାଞ୍ଚଳରେ ସପ୍ତାହ ସଟଡାଉନ ଲାଗୁ ବେଳେ କରୋନା ଟିକାକରଣ ବନ୍ଦ ରହିବ । ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିବା ୧୦ ଜିଲ୍ଲାରେ ୨ ଦିନ କୋଭିଡ୍ ଟିକା ଦିଆଯିବ ନାହିଁ । ୧୦ଟି ଜିଲ୍ଲାର ପୌରାଞ୍ଚଳରେ ଥିବା ସମସ୍ତ ଟିକାକରଣ କେନ୍ଦ୍ରରେ ଶନିବାର ଓ ରବିବାର କୋଭିଡ୍ ଟିକାକରଣ ହେବ ନାହିଁ । ଆସନ୍ତାକାଲିଠୁ ଏସବୁ ଜିଲ୍ଲାର ସହରାଂଚଳରେ ସାପ୍ତାହିକ ଶଟଡାଉନ୍ ଲାଗୁ ହେଉଥିବାରୁ କୋଭିଡ୍ ଟିକାକରଣକୁ ବାତିଲ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।
ଏହାସହ ଅନ୍ୟ ସମସ୍ତ ଅଞ୍ଚଳରେ ନିରବଚ୍ଛିନ୍ନ ଟିକାକରଣ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।୧୭ ତାରିଖ ଶନିବାର ଠାରୁ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁର ସମୟ ପରିବର୍ତ୍ତନ କରାଯାଇ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ହେବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସେହିପରି ଭୁବନେଶ୍ୱର, କଟକ ସମେତ ବାକି ୨୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ସମୟ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ବଳବତ୍ତର ରହିବ। କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ହୋଇଥିବାରୁ ଏହାକୁ ପ୍ରତିହତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି।