କରୋନା କବଳରେ ଓଡିଶା
କରୋନା କବଳରେ ଓଡିଶା । ରାଜ୍ୟରେ ସଂକ୍ରମଣ ମାଡି ଚାଲିଥିବା ବେଳେ ମୃତ୍ୟୁ ମଧ୍ୟ ମାଡିଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ଭାବରେ ବଢିଚାଲିଛି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ରାଜ୍ୟରେ କ୍ରମାଗତ ୩ ଦିନ ଧରି ଆକ୍ରାନ୍ତ ସଂଖ୍ୟା ୩ ହଜାର ଉପରେ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକ ୪ ଜଣ ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୭ଜଣ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା। ସେହିପରି ନୂଆପଡାରୁ ୩୯୫, ବରଗଡ଼ରୁ ୧୫୬, ସମ୍ବଲପୁରରୁ ୧୪୯, କଟକରୁ ୧୪୦, ପୁରୀରୁ ୧୨୯, କେନ୍ଦୁଝରରୁ ୧୨୮, ଜାରସୁଗୁଡାରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୧୦, ନବରଙ୍ଗରରୁ ୯୬, ଯାଜପୁରରୁ ୭୬, ମୟୂରଭଞ୍ଜରୁ ୬୮, ଗଜପତିରୁ ୬୭, କଳାହାଣ୍ଡିରୁ ୫୩, ଭଦ୍ରକରୁ ୫୧, ଅନୁଗୁଳରୁ ୪୯, ଗଞ୍ଜାମ ଓ ରାୟଗଡ଼ାରୁ ୪୪ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ନୟାଗଡ଼ରୁ ୨୯, ବାଲେଶ୍ବରରୁ ୨୮, ଦେଓଗଡ଼ରୁ ୨୧, ଜଗତସିଂହପୁର ଓ କୋରାପୁଟରୁ ୧୮ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୫, କନ୍ଧମାଳରୁ ୧୩, ବୌଦ୍ଧରୁ ୭, ସୋନପୁରରୁ ୪ ଓ ଢେଙ୍କାନାଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୬୪,୫୯୪ ଥିବା ବେଳେ ସୁସ୍ଥ ହେଲେଣି ୩,୪୩,୫୨୨। ରାଜ୍ୟରେ ଏବେ ବି ୧୯୦୭୭ଟି ସକ୍ରିୟ ମାମଲା ରହିଛି।