ଉତ୍ତରାଖଣ୍ଡରୁ ମାଡିଆସିବ କି କରୋନା?
ରାଜ୍ୟରେ ଛତିଶଗଡ ସଂକ୍ରମଣକୁ ନେଇ ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବା ବେଳେ କୁମ୍ଭମେଳା ଫେରନ୍ତା ପାଇଁ ସୃଷ୍ଟି ହେବ କି ବିପଦ? ହରିଦ୍ୱାରର ପ୍ରତିଷ୍ଠିତ କୁମ୍ଭମେଳାରେ କରୋନାର ବିସ୍ଫୋରଣ ସମସଙ୍କ ନିଦ ହଜାଇଦେଇଛି । କୁମ୍ଭମେଳାରେ କରୋନାର ବିସ୍ଫୋରଣ ପରେ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର । ଉତ୍ତରାଖଣ୍ଡ ସରକାରଙ୍କ ପାଖରେ ଓଡ଼ିଶାରୁ କେତେଜଣ କୁମ୍ଭରେ ଯୋଗ ଦେବାକୁ ନାଁ ପଂଜୀକୃତ କରିଛନ୍ତିି ସେମାନଙ୍କ ତାଲିକା ପ୍ରକାଶ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ।
କୁମ୍ଭମେଳା ଫେରନ୍ତାଙ୍କ ପାଇଁ କଟକଣା । କୁମ୍ଭମେଳାରେ ସାମିଲ ପାଇଁ ଉତରାଖଣ୍ଡ ସରକାରଙ୍କ ପାଖରେ ନାଁ ପଂଜୀକୃତ କରିଥିବା ବ୍ୟକ୍ତିଙ୍କ ତାଲିକା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିସନରଙ୍କୁ ଦିଆଯାଇଛି । ଏହି ତାଲିକାରେ ଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଓଡିଶା ଫେରିବା ପରେ ଆରଟିପିସିଆର ଟେଷ୍ଟ କରାଇବା ସହ ସଂଗରୋଧରେ ରହିବାକୁ ଏସଆରସି ଚିଠିରେ ଉଲ୍ଲେଖ କରିଛନ୍ତି ।
କୁମ୍ଭମେଳାରେ ଭାଗ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍ ପାଇଁ ସଂଗରୋଧ ରହିବା ବାଧ୍ୟତମୂଳକ । ନେଗେଟିଭ ରିପୋର୍ଟ ଥିଲେ ମଧ୍ୟ ସେମାନେ ୧୪ ଦିନ ସଂଗରୋଧରେ ରହିବେ । ଆଶା ଏବଂ ଅଙ୍ଗନଓ୍ୱାଡି କର୍ମୀ କୁମ୍ଭ ଫେରନ୍ତାଙ୍କ ଘରକୁ ପରିଦର୍ଶନରେ ଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ସମସ୍ତ କୁମ୍ଭ ଫେରନ୍ତା ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍ରେ ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଡିଓ, ମ୍ୟୁନସିପାଲ, ଏନ୍ଏସି ଅଫିସର, ପିଏଚ୍ସି, ସିଏଚ୍ସିକୁ ରିପୋର୍ଟ କରିବେ ।