ଜାଣନ୍ତୁ କରୋନା ରୋଗୀଙ୍କ ପାଇଁ ଖାଲି ଅଛି କେତେ ବେଡ୍?
ଦେଶରେ ଓ ରାଜ୍ୟରେ କରୋନା କମବ୍ୟାକ ପରେ ଏହାର ପ୍ରଥମ ପର୍ଯ୍ୟାୟକୁ ଟପିଯାଇଛି । ସଂକ୍ରମଣ ବୃଦ୍ଧିକୁ ଦେଖି ଲୋକେ ଭୟଭୀତ ହୋଇପଡିଛି । ପୁଣି ଘାରିବସିଛି ଭୟ । ପ୍ରତିିିଦିନ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ମେଡିକାଲରେ ବେଡ ମଧ୍ୟ ଭର୍ତିହୋଇଗଲାଣି । କେଉଁଠି ବେଡ ନାହିଁ ତ । କେଉଁଠି ଅକ୍ସିଜେ ନାହିଁ । ଆଉ କେଉଁର୍ଠି ମେଡିକାଲ ବାହାରେ ପଡିରହିଛି ରୋଗୀ । ଏଭଳି ଦୃଶ୍ୟ ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ବେଳେ ଓଡିଶା ସରକାର ମଧ୍ୟ ଏନେଇ ସତର୍କ ହୋଇପଡିଛନ୍ତି । କିଭଳି ରୋଗୀଙ୍କ ଉତମ ଚିକିତ୍ସା ସହ ହସ୍ପିଟାଲରେ ବେଡରେ ଅଭାବ ନହେବ କରୋନା ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ।
କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଏବେ କୋଭିଡ ରୋଗୀଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ ୯ ହଜାର ୮ଟି ବେଡ୍ ରହିଛି ।ଘରୋଇ ହସ୍ପିଟାଲରେ ୪ ହଜାର ୬୪୦ ବେଡ୍ ଓ ସରକାରୀ ହସ୍ପିଟାଲରେ ୪ ହଜାର ୩୬୮ଟି ବେଡ୍ ରହିଛି । ସେହି ତୁଳନାରେ ରାଜ୍ୟରେ ଏବେ କରୋନା ରୋଗୀ ୧୫ ଶହ ୭୬ ଜଣ ଅଛନ୍ତି । ଏମାନଙ୍କ ମଧ୍ୟରଚ ଘରୋଇ ହସ୍ପିଟାଲରେ ୭୫୩ ଜଣ ଚିକିତ୍ସିତ ହେଉଥିବାବେଳେ ସରକାରୀ ହସ୍ପିଟାଲରେ ୮୨୩ ଜଣ ଚିକିତ୍ସିତ ହେଉଛନ୍ତି ।
ସେହିପରି ଘରୋଇ ହସ୍ପିଟାଲରେ ୧୪୯୪ ଆଇସିୟୁ ରହିଥିବା ବେଳେ ରୋଗୀ ଅଛନ୍ତି ୩୨୦ । ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବା ବେଳେ ରୋଗୀ ଅଛନ୍ତି ୧୦୪ । ରାଜ୍ୟରେ ସମୁଦାୟ ଆଇସିୟୁ ବେଡ଼ ସଂଖ୍ୟା ୨୦୧୮ ରୋଗୀ ଅଛନ୍ତି ୪୨୪ । ଯେତିକି ଆଇସିୟୁ ବେଡ଼ ରହିଛି ତାହାର ୨୧.୧ ପ୍ରତିଶତ ରୋଗୀ ରହିଛନ୍ତି । ସେହିପରି ରାଜ୍ୟରେ ସମୁଦାୟ ଭେଣ୍ଟିଲେଟର ୭୮୨ ରହିଥିବା ବେଳେ ସେଥିରେ ରୋଗୀ ରହିଛନ୍ତି ୫୯ । ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ରହିଛି ୬୦୩, ରୋଗୀ ଅଛନ୍ତି ୪୧ । ସେହିପରି ସରକାରୀ ହସ୍ପିଟାଲରେ ୧୭୯ ଭେଣ୍ଟିଲେଟର ରହିଥିବା ବେଳେ ୧୮ ଜଣ।
ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଆଜିଠୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ୟ୍ୟକ୍ଷମ ହୋଇଛି। ଆସନ୍ତାକାଲି କାର୍ୟ୍ୟକ୍ଷମ ହେବ ବ୍ଲୁ ହ୍ୱିଲ୍ କୋଭିଡ୍ ହସ୍ପିଟାଲ। ଖୁବଶୀଘ୍ର ସ୍ପର୍ଶ ଓ କିମ୍ସ କୋଭିଡ୍ ହସ୍ପିଟାଲ କାର୍ୟ୍ୟକ୍ଷମ ହେବ ବୋଲି କୁହାଯାଇଛି।