ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ କୋଭିଡ ସ୍ଥିତି ନେଇ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ରାଜ୍ୟରେ କୋଭିଡ ବେଡ ବୃଦ୍ଧି କରାଇବାକୁ ଗୁରୁତ୍ୱ ଦେଇଛନ୍ତି । ଅମ୍ଲଜାନ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ପରାମର୍ଶ ଦେବା ସହ ବିିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ପରେ କଡା ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ କୋଭିଡ ସ୍ଥିତି ଅଣାୟତ ହୋଇପଡିଛି । ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ । ବିଶେଷକରି ସବୁ ରାଜ୍ୟରେ ଲକଡାଉନ ଘୋଷଣା ପରେ ପ୍ରବାସୀ ଏବେ ଓଡିଶା ଫେରିପାରନ୍ତି । ତେଣୁ ତାଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କୁ ସଂଗରୋଧ ଓ ଟେଷ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି । ଡାଟାବେସ୍ ସହ ପୂର୍ବ ପ୍ରୋଟୋକଲ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି କୋଭିଡ଼ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ଅକ୍ଦିଜେନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ କେୟାର ସେଂଟର ପ୍ରସ୍ୁତ ରଖିବା ସହ ସର୍ବାଧିକ ବେଡକୁ ଅମ୍ଲଜାନ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୬ ସୂତ୍ରୀ ଫର୍ମୁଲା ଘୋଷଣା କରି କହିଛନ୍ତି, ଯଦିଓ ଏବେ ଅକ୍ସିଜେନ କି ଶଯ୍ୟାର ଅଭାବ ଦେଖା ଦେଇନାହିଁ, ତେବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ମୂଲ୍ୟବାନ ଜୀବନ ରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଧିକାଂଶ ବେଡ ପାଇଁ ଅକ୍ସିଜେନ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟରେ ଯେଭଳି ଓøଷଧ ଅଭାବ ନରହେ ଦୃଷ୍ଟି ଦେବାକୁ ସେ ନେଇ ପରାମର୍ଶ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହର ଉପରେ ଲୋକଙ୍କୁ ଅଧିକରୁ ଅଧିକ ସଜାଗ କରାଇବା ସହ ମିଶନ ଶକ୍ତି ଗ୍ରୁପ, ପଂଚାୟତ ସ୍ତରୀୟ ପ୍ରତିନିଧିଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।