THE BYAPINI

ଖୋଲା ବଜାରରେ ମିଳିବ କୋଭିସିଲ୍ଡ..ଜାଣନ୍ତୁ ଦାମ କେତେ?

Get real time updates directly on you device, subscribe now.

ଖୋଲା ବଜାରରେ ମିଳିବ ଟିକା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଓ ଖୋଲା ବଜାରକୁ ୫୦ ପ୍ରତିଶତ ଟିକା ଯୋଗାଇବେ ଉତ୍ପାଦନକାରୀ ସଂସ୍ଥା । କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ ଟିକା ପ୍ରଦାନ କରିବ । ତେବେ ଟିକାର ଦାମ୍ କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ ।

ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଭ୍ୟାକସିନରେ ଦାମ ଘୋଷଣା କରିଛି। ରାଜ୍ୟ ସରକାରଙ୍କ ପାଇଁ କୋଭିସିଲ୍ଡ ଭ୍ୟାକସିନର ପ୍ରତି ଡୋଜର ଦାମ୍ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ପ୍ରତି ଡୋଜ୍ ୬୦୦ ଟଙ୍କା ଧାର୍ୟ୍ୟ କରାଯାଇଛି। ବିଶ୍ୱସ୍ତରରେ ବିକ୍ରି ହେଉଥିବା ଅନ୍ୟ ଟିକା ତୁଳନାରେ କୋଭିସିଲ୍ଡ ଟିକା ଟିକିଏ ଶସ୍ତା ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଯେଉଁଠି ଆମେରିକା ଭ୍ୟାକସିନର ଦର ୧୫୦୦, ରଷିଆ ଭ୍ୟାକସିନର ଦର ୭୫୦ ଓ ଚୀନ ଭ୍ୟାକସିନର ଦର ୭୫୦ ରହିଛି । ସେଠାରେ କୋଭିସିଲ୍ଡର ଦର ଅପେକ୍ଷାକୃତ କମ ରହିଛି । ସଂକ୍ରମଣ ଏଡ଼ାଇବାକୁ କୋଭିସିଲ୍ଡର ଦୁଇଟି ଡୋଜ୍ ନିଆଯାଇଥାଏ। ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୪ ରୁ ୬ ସପ୍ତାହର ଅନ୍ତର ରହେ।

ସଂକ୍ରମଣ ଏଡ଼ାଇବାକୁ କୋଭିସିଲ୍ଡର ଦୁଇଟି ଡୋଜ୍ ନିଆଯାଇଥାଏ। ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୪ ରୁ ୬ ସପ୍ତାହର ଅନ୍ତର ରହେ। ଆସନ୍ତା ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ କରୋନା ଟିକା ଦିଆଯିବା ନେଇ ନିଷ୍ପତି ନିଆଯାଇଛି । ଏହାପୂର୍ବରୁ ଟିକାର ଦର ସ୍ଥିର କରିଛି କମ୍ପାନି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ବଜାରରେ ଭ୍ୟାକ୍ସିନ ମିଳିବା ନେଇ ପ୍ରସ୍ତାବ ପ୍ରଦାନ କରିଥିଲେ । ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ଖୋଲା ବଜାରରେ ଚିକା ମିଳିବା ନେଇ ଅନୁମତି ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.