THE BYAPINI

ଜାଣନ୍ତୁ କେଉଁ ମାସରେ ପିକରେ ପହଚିଂବ ସଂକ୍ରମଣ?

Get real time updates directly on you device, subscribe now.

ରାଜ୍ୟରେ ଆହୁରି ଭୟଙ୍କର ହେବ ସ୍ଥିତି । ବଢିବ ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକରେ ରହିପାରେ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି ମେ ମାସରେ ପିକରେ ପହଚିଂପାରେ ରାଜ୍ୟରେ ସଂକ୍ରମଣ ।

ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଦୈନିକ ୫ ହଜାର ଆଡ଼େ ମୁହାଁଇଛି ସଂକ୍ରମଣ। ହେଲେ ଏନେଇ ଭୟଭିତ ହେବା ଅପେକ୍ଷା କରୋନା ଗାଇଡ଼ଲାଇନ୍‌ ମାନି ଚଳିବା ଆବଶ୍ୟକ। ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଏହା ପିକ୍‌ରେ ରହିପାରେ। ଏହାପରେ ଯେଉଁ ସ୍ପିଡରେ ବଢ଼ିଛି, ସେହି ସ୍ପିଡରେ କମିବ ।” ଏପରି ସୂଚନା ଦେଇଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି ।କୋରନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅକ୍ସିଜେନ ସଫିସେଣ୍ଟ ରହିଛି । ଗତଥର କୋରନା ପିକ ସମୟରେ ଯେମିତି ଅକ୍ସିଜେନ ଦରକାର ଥିଲା ତା ଠାରୁ ବି ବହୁତ ଅଧିକ ରହିଛି। ଓଡ଼ିଶା ଭାଗ୍ୟବାନ ରାଜ୍ୟ କାରଣ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି ବୋଲି କହିଛନ୍ତି ଡାକ୍ତର ସିବିକେ ମହାନ୍ତି ।

ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, “ମହାରାଷ୍ଟ୍ରରେ କରୋନା ଏବେ ପିକ୍‌ରେ ପହଞ୍ଚି ଗଲାଣି। ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ ଏପ୍ରିଲ ଶେଷ ସପ୍ତାହରେ ପିକ୍‌ରେ ପହଞ୍ଚିବ। ଅନ୍ୟ କିଛି ରାଜ୍ୟରେ ତାହା ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଶିର୍ଷରେ ପହଞ୍ଚିପାରେ। ଏହାପରେ ଯେଉଁ ସ୍ପିଡରେ ବଢ଼ିଛି ସେହି ସ୍ପିଡ଼ରେ କମିବ।”

Get real time updates directly on you device, subscribe now.

Leave A Reply

Your email address will not be published.