THE BYAPINI

ଓଡିଶା ସାଜିବ ବିପଦର ବନ୍ଧୁ

Get real time updates directly on you device, subscribe now.

ଦେଶରେ କରୋନା ସ୍ଥିତି ଉଦବେଗଜନକ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ କୋଭିଡ ସ୍ଥିତି ନେଇ ଆଲୋଚନା କରିଛନ୍ତି । କୋଭିଡ୍‌ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ । ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଅକ୍ସିଜେନର ଅଭାବ ପୂରଣ ପାଇଁ ଓଡିଶା ସହଯୋଗ କରିବ ବୋଲି ନବୀନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟକୁ ଅକ୍ସିଜେନ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅନେକ ରାଜ୍ୟରେ ଯେଉଁଭଳି ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ତାହାକୁ ଗମ୍ଭୀରତାର ସହ ନେଇଛନ୍ତି ନବୀନ । ଏହାସହ ଅକ୍ସିଜେନ ଉତ୍ପାଦନ ଓ ଜରୁରୀକାଳୀନ ସ୍ଥିତିରେ ଅନ୍ୟ ରାଜ୍ୟକୁ ସହଯୋଗର ହାତ ବଢାଇବ ବୋଲି ସ୍ପଷ୍ଟ କରିଛନ୍ତି ନବୀନ । ପ୍ରତିଦିନ ଲକ୍ଷାଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼, କେରଳ ପରି ରାଜ୍ୟରେ ସେଠାରେ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ଅକ୍ସିଜେନ୍‌ ମିଳୁନି। ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀଙ୍କ ଜୀବନ ଯାଉଛି। ଗୋଟେ ପଟେ ସଂକ୍ରମଣର ଡର ଅନ୍ୟପଟେ ଅକ୍ସିଜେନ ପାଇଁ ସଂଘର୍ଷ କରୁଛି ରୋଗୀ ।

ଦିଲ୍ଲୀରେ ଯେଉଁ ଅକ୍ସିଜେନ୍ ଅଭାବ ଦେଖାଦେଇଛି ତାର କିଛି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଅକ୍ସିଜେନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଓଡିଶା ଦିଲ୍ଲୀକୁ ଅକ୍ସିଜେନ ଯୋଗାଇ ଦେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସ୍ପଷ୍ଟ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେଜ୍ରିୱାଲ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.