THE BYAPINI

ମାଡିଚାଲିଛି ମହାମାରୀ

Get real time updates directly on you device, subscribe now.

ରାଜ୍ୟରେ କରୋନା ବେକାବୁ ଓ ବେଲଗାମ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ୬ ହଜାର ଉପରେ ଆକ୍ରାନ୍ତ ଦିନକରେ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହୁ ହୁ ହୋଇ ବ୍ୟାପୁଥିବାରୁ ଆଗକୁ ସ୍ଥିତି ଆହୁରି ଖରାପ ହୋଇପାରେ ।

ରାଜ୍ୟରେ ଦୈନିକ ସଂକ୍ରମଣ ସବୁ ରେକର୍ଡକୁ ଭାଙ୍ଗିଛି । ମହାମାରୀ ମାଡିଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଲଗାତାର ଦ୍ୱିତୀୟ ଦିନ ଲାଗି ୬ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ହଜାର ୨୧୫ ପଜିଟିଭ୍ ମାମଲା ଆସିଛି । ସେହିପରି କରୋନା କାରଣରୁ ରାଜ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି ।

ଖୋର୍ଦ୍ଧାରୁ ୯ଶହ୫୦ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୬ଶହ ୮୨ଜଣ, ନୂଆପଡ଼ାରୁ ୪ଶହ ୪୬, କଟକରୁ ୩ଶହ ୮୩, ସୁନ୍ଦରଗଡ଼ରୁ ୬ଶହ ୮୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁରରୁ ୨ଶହ ୫୭, ଝାରସୁଗୁଡ଼ାରୁ ୨ଶହ ୬୧, ପୁରୀରୁ ୩ଶହ ୬, ସମ୍ବଲପୁରରୁ ୨ଶହ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୨୪ଘଂଟା ଭିତରେ ୨ହଜାର ଶହେ ୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୯୪ହଜାର ୬ଶହ ୯୪କୁ ବୃଦ୍ଧି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.