THE BYAPINI

କଟକଣାରେ ବିିତିଯିବ ୨୦୨୦ ବର୍ଷ…

Get real time updates directly on you device, subscribe now.

ରାଜ୍ୟସରକାର ଡିସେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡ୍‌ଲାଇନ୍‌ରେ ଅନେକ କଟକଣାକୁ କୋହଳ କରାଯାଇଛି । ହେଲେ କଣ୍ଟେନମେଣ୍ଟ୍ ଜୋନ୍ ଗୁଡ଼ିକରେ ଲକ୍‌ଡାଉନ୍ ନିୟମ‌ ବଳବତ୍ତର ରହିବ ବୋଲି ନିଷ୍ପତି ହୋଇଛି । ଏଣିକି ବାହାଘର ପାଇଁ ଆଉ ୧୦୦ ଲୋକରେ ସୀମିତ ରଖିବାକୁ ପଡ଼ିବନି । ରାଜ୍ୟ ସରକାର ଏଥିପାଇଁ ୨୦୦ ଲୋକଙ୍କୁ ଏକାଠି ହେବାର ଅନୁମତି ପ୍ରଦାନ କରିଛନ୍ତି ।ବଡ଼ ଧରଣର ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସରକାର ।ସେହିଭଳି ଆନ୍ତର୍ଜାତିକ ବିମାନ ସେବାକୁ ନା’ କରିଛନ୍ତି ସରକାର । ସମସ୍ତ ସ୍କୁଲକଲେଜ, ଅଙ୍ଗନବାଡ଼ି କେନ୍ଦ୍ର, ସିନେମା ହଲ ଓ ସୁଇମିଂ ପୁଲ୍ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

ଏଥିସହ ଶିଶିରସରସ କିମ୍ବା ତୋଷଳୀ କ୍ରାଫ୍ଟ ମେଳା ଭଳି ବଡ଼ ବଡ଼ ପ୍ରଦର୍ଶନୀ ଓ ବ୍ୟବସାୟ ଭିତ୍ତିକ ମେଳା ବନ୍ଦ ରହିବ ବୋଲି ଡିସେମ୍ବର ଗ‌ାଇଡଲାଇନରେ କୁହାଯାଇଛି । ବୈଷୟିକ ଓ ଦକ୍ଷତା ବିକାଶ କେନ୍ଦ୍ର ୩୧ ଡିସେମ୍ବର ଯାଏଁ ବନ୍ଦ ରହିବ । ସେହିପରି ମନ୍ଦିର ଖୋଲିବା ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ସ୍ଥାନୀୟ ଅଧିକାରୀ । ୩୧ ଡିସେମ୍ବର ଯାଏଁ କୌଣସି କ୍ଲବ ମଧ୍ୟ ଖୋଲିବନି । ତେବେ ସବୁଠାରୁୁ ବଡ଼ କଥା ହେଲା ଡିସେମ୍ୱର ୧ରୁ ସବୁ ମେଡିକାଲ କଲେଜ୍ ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିସାରିଛି ।

କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର‌୍ୟ୍ୟକଳାପକୁ ଅନୁମତି ଦିଆଯିବ । ଜରୁରୀକାଳୀନ ଚିକିତ୍ସା ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର ଚଳପ୍ରଚଳକୁ ଅନୁମତି ମିଳିବ।

Get real time updates directly on you device, subscribe now.

Leave A Reply

Your email address will not be published.