ଶସ୍ତା ହେବ କରୋନା ଟିକା
ଶସ୍ତା ହେବ କରୋନା ଟିକା । ମହାମାରୀ କରୋନା ସଂକ୍ରମଣ ଭିତରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି।କରୋନା ଭ୍ୟାକ୍ସିନ,ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ସମସ୍ତ ଉପକରଣ ଉପରେ ୩ ମାସ ପାଇଁ ସୀମାଶୁଳ୍କ ଛାଡ କରିଛନ୍ତି କେନ୍ଦ୍ର ସରକାର ।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ମେଡିକାଲ ଅକ୍ସିଜେନ୍ ନିମନ୍ତେ ଆବଶ୍ୟକ ସାମଗ୍ରୀ ଉପରୁ ସେସ୍ ଛାଡ଼ କରାଯାଇଛି ।ଦେଶରେ ଅକ୍ସଜେନ୍ ଅଭାବ ଦୂର କରିବା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି । ଅକ୍ସିଜେନ, କରୋନା ଟିକା, ସମସ୍ତ ପ୍ରକାରର ଭେଣ୍ଟିଲେଟର, ଅକ୍ସିଜେନ ଉତ୍ପାଦନ କରିପାରୁ ଥିବା ସମସ୍ତ ସାମଗ୍ରୀ ଓ ଅକ୍ସିଜେନ ସହ ସଂଶ୍ଲିଷ୍ଟ କୌଣସି ମେଡିକାଲ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ଲାଗୁ ହେବନାହିଁ। ଏଗୁଡ଼ିକୁ ଅନାୟସରେ ଭାରତକୁ ଆସିବ ଓ ରୋଗୀଙ୍କ ଚିକତ୍ସାରେ ବ୍ୟବହୃତ ହୋଇପାରିବ। ଏହି ସୀମା ଶୁଳ୍କ ପ୍ରତ୍ୟାହାର ନିଷ୍ପତ୍ତି ୩ ମାସ ଯାଏ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଦେଶରେ ଦେଖାଦେଇଥିବା ଅକ୍ସିଜେନର ଅଭାବ ଓ ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦେବାକୁ ଥିବା ଟିକାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।ସରକାର ବର୍ତମାନ ବିଦେଶରୁ ଆସୁଥିବା ଟିକା ଉପରେ ୧୦ ପ୍ରତିଶତ ସୀମାଶୁଳ୍କ ବା ଆମଦାନୀ ଶୁଳ୍କ ଓ ୧୬.୫ ପ୍ରତିଶତ ସାମାଜିକ କଲ୍ୟାଣ ସେସ୍ ଲଗାଉଥିଲେ । ହେଲେ ସରକାରଙ୍କର ଏଭଳି ନିଷ୍ପତ୍ତି ଫଳରେ ଏବେ ଦେଶରେ କରୋନା ଟିକାର ଦାମ କମିଯିବ ।
ବର୍ତ୍ତମାନ ସମୟରେ ମେଡିକାଲ ଅକ୍ସିଜେନ୍ ସପ୍ଳାଇ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଯାହା ଦ୍ୱାରା ଲୋକେ ହସ୍ପିଟାଲ ଏବଂ ଘରେ ଚିକିତ୍ସିତ ହୋଇପାରିବେ । ଅକ୍ସିଜେନ ଓ ମେଡିକାଲ ସାମଗ୍ରୀର ଉତ୍ପାଦନ ବୃଦ୍ଧି କରିବା ପାଇଁ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ଏକାଠି କାମ କରିବେକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ଅକ୍ସିଜେନ ଓ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ବଢ଼ୁଥିବାରୁ ଶେଷରେ ସୀମା ଶୁଳ୍କକୁ ପ୍ରତ୍ୟାହାର କରାଯାଇଛି। । ଦେଶର ଅକ୍ସିଜେନ ଚାହିଦା ପୂରଣ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଆଣିବ ବୋଲି ମଧ୍ୟ କହିଛି