THE BYAPINI

ଓଡିଶାରେ ଆବଶ୍ୟକ ପରିମାଣର ଅକ୍ସିଜେନ୍ ମହଜୁଦ ଅଛି ତ?

Get real time updates directly on you device, subscribe now.

ଦେଶରେ କରୋନା ସଂକଟ ସମୟରେ ଓଡିଶା ଅନ୍ୟ ରାଜ୍ୟକୁ ବଢାଇଛି ସହାୟତାର ହାତ । ଅମ୍ଲଜାନ ଅଭାବ ଦୂର କରିବାକୁ ଓଡିଶା ଅମ୍ଲଜାନ ଯୋଗାଣ କରୁଛି । ୬ଟି ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଅମ୍ଲଜାନ ପଠାଇ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଂଚାଉଛି ଓଡିଶା । କିନ୍ତୁ ଏହାରି ଭିତରେ ବଡ଼ ପ୍ରଶ୍ନଟି ଉଠୁଛି, ଓଡିଶାରେ ପର୍ୟ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ? ଯଦି ଆଗକୁ ସ୍ଥିତି ବିଗିଡେ, ଓଡିଶା କେତେ ପ୍ରସ୍ତୁତ ଅଛି?

ବିିଭିନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ଅନେକ ରୋଗୀ ଅମ୍ଲଜାନ ଅଭାବରୁ ପ୍ରାଣ ହରାଉଛନ୍ତି । ଏପରି ବିପଦ ସମୟରେ ଓଡିଶା ବିଭିନ୍ନ ରାଜ୍ୟକୁ ଅମ୍ଲଜାନ ପଠାଇ ଆଉ ଏକ ଉଦାହରଣ ପାଲଟିଛି । ହେଲେ ରାଜ୍ୟରେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ସଂକ୍ରମଣ ପ୍ରତିଦିନ ୬ ହଜାର ଉପରେ ରହୁଛି । ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେଉଥିବା ଆଗକୁ ସ୍ଥିତି ମଧ୍ୟ ଆହୁରି ଖରାପ ହୋଇପାରେ । ତେବେ ଅନ୍ୟ ରାଜ୍ୟ ଭଳି ଓଡିଶାରେ ଯଦି ଏଭଳି ସ୍ଥିତି ଉପୁଜେ ତେବେ ଏଥିପାଇଁ କେତେ ପ୍ରସ୍ତୁତ ଅଛୁ ଆମେ?

ରାଜ୍ୟରେ ବର୍ତମାନ ହସ୍ପିଟାଲରେ ଅଛନ୍ତି ୧,୬୭୫ ଆକ୍ରାନ୍ତ ଥିବା ବେଳେ ଆଇସିୟୁରେ ଅଛନ୍ତି ୪୮୯ ରୋଗୀ । ରାଜ୍ୟରେ ଅକ୍ସିଜେନ୍ ଉତ୍ପାଦନ କ୍ଷମତା-ସିଲିଣ୍ଡର ଜରିଆରେ ୧୨୯.୬୮ ମେଟ୍ରିକ ଟନ୍ । ଥିସହ ୬୦ ମେଟ୍ରିକ ଟନ୍ ତରଳ ମେଡିକାଲ ଅକ୍ସିଜେନ୍ ରାଜ୍ୟରେ ଉତ୍ପାଦନ ହେଉଥିବା ବେଳେ କରୋନା ଆକ୍ରାନ୍ତଙ୍କ ପାଇଁ ଦୈନିକ ଦରକାର ପଡୁଛି ୨୩.୭୮ ମେଟ୍ରିକ ଟନ୍ ଅକ୍ସିଜେନ୍ । ସେହିପରି ମେ’ ୧୦ ସୁଦ୍ଧା ବ୍ରହ୍ମପୁର ଏମକେସିଜିରେ ତରଳ ଅକ୍ସିଜେନ୍ ପ୍ଲାଂଟ୍ କାର୍ୟ୍ୟକ୍ଷମ ହେବ । ଏବଂ ଭିମସାର ସମେତ ଅନ୍ୟ ୧୫ଟି ସ୍ଥାନରେ ତରଳ ଅକ୍ସିଜେନ୍ ପ୍ଲାଂଟ୍ ସ୍ଥାପନ ଯୋଜନା ରହିଛି ।

ତେବେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ହଳଦିଆପଦରରେ ଥିବା ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନରେ ସଂରକ୍ଷଣ କ୍ଷମତା ୧୦ ଟନ୍ । ହେଲେ ଏବେ ଲିକୁଇଡ ଅକ୍ସିଜେନର ଅଭାବ ଦେଖା ଦେଉଥିବାରୁ ହସ୍ପିଟାଲଗୁଡିକର ଚାହିଦା ମୁତାବକ ଅକ୍ସିଜେନ୍ ଫିଲିଂ ଓ ଯୋଗାଣ ହୋଇପାରୁନଥିବା କହିଛନ୍ତି କମ୍ପାନି ମାଲିକ । ସେହିପରି ରାୟଗଡା ଜିଲ୍ଲା କଟଲାଗୁଡାରେ ଥିବା ହନୁମାନ ଅକ୍ସିଜେନ ପ୍ରାଇଭେଟ ଲିମିଟେଡର ପରିଚାଳକ ରବୀନ୍ଦ୍ର ବାରିକଙ୍କ କହିବା ଅନୁସାରେ ବର୍ତମାନ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ କେବଳ କୋଭିଡ ହସପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଅକ୍ସିଜେନ ସିଲିଣ୍ଡର ଭର୍ତିକରି ରଖାଯାଇଛି । ଯେତେବେଳେ ନିର୍ଦ୍ଦେର୍ଶ ଆସିବ ସଙ୍ଗେ ସଙ୍ଗେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯିବ ।

ଦେଶର ୬ଟି ରାଜ୍ୟରେ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାରି ଭିତରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ତେଣୁ ଏହାର ମୁକାବିଲା କରିବା ଦିଗରେ ବିଶେଷ କରି ଅକ୍ସିଜେନ ଯୋଗାଇବା କ୍ଷେତ୍ରରେ ଓଡିଶା ପ୍ରସ୍ତୁତ ରହିବା ଆବଶ୍ୟକ ।

Get real time updates directly on you device, subscribe now.

Leave A Reply

Your email address will not be published.