THE BYAPINI

ଘେରାବନ୍ଦୀ ଦିଲ୍ଲୀ… ମାନୁନାହାନ୍ତି ଚାଷୀ

Get real time updates directly on you device, subscribe now.

ଚାଷୀ ବନାମ ସରକାର । ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ସେମାନଙ୍କର ଗୋଟିଏ ଜିଦ୍, କେନ୍ଦ୍ର ସରକାର ବିନା ସର୍ତରେ ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ । ଏହା ସହ ବିନା କୌଣସି ଆଲୋଚନାରେ ୩ଟି ଯାକ କୃଷି ବିଲକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ନହେଲେ ଦିଲ୍ଲୀକୁ ଅଚଳ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଶ୍ୱସନା ସତ୍ୱେ ଦିଲ୍ଲୀ ସୀମା ଜାମ କରି ରଖିଥିବା ଚାଷୀ ବୁରାଡି ଗ୍ରାଉଣ୍ଡକୁ ଯିବା ପାଇଁ ଶାହା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏଥିସହ ଯେଉଁଠି ଆନ୍ଦୋଳନ କରୁଛନ୍ତି ସେଇଠି କ୍ୟାମ୍ପ କରି ଆସନ୍ତା ଜାନୁୟାରୀ ୨୬ ପର୍ୟ୍ୟନ୍ତ ଡେରା ପକାଇବାକୁ ଚାଷୀ ଯୋଜନା କରୁଛନ୍ତି ବୋଲି ଜଣାପଡିଛି । ଚାଷୀଙ୍କ ଏଭଳି ଚେତାବନୀକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା କାଲି ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି ।

ଦିଲ୍ଲୀ ସୀମା ସିନ୍ଧୁରେ ଚାଷୀଙ୍କ ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଦିଲ୍ଲୀ ପୋଲିସ ବରିଷ୍ଠ ଅଧିକାରୀମାନେ ରାଜଧାନୀ ଆଇନ ବ୍ୟବସ୍ଥାକୁ କୌଣସି ମତେ ଅସ୍ଥିର ହେବାକୁ ଦିଆଯିବନି ବୋଲି କହିଛନ୍ତି। ଏଣୁ ବରିଷ୍ଠ ପୋଲିସ ଅଧିକାରମାନେ ବାରମ୍ବାର କୃଷକନେତାଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁରାଡି ଯିବାକୁ ପରାମର୍ଶ ଦେଉଛନ୍ତି। ହେଲେ ଚାଷୀ ନିଜ ଜିଦରେ ଅଟଳ ଅଛନ୍ତି। ବିଭିନ୍ନ ସୀମାରେ ଦିଲ୍ଲୀ ପୋଲିସ ସମେତ ୨୩ କମ୍ପାନୀ ଅର୍ଦ୍ଧସାମରିକ ବଳଙ୍କୁ ମୁତୟନ କରାଯାଇଛି।

ରବିବାର ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିବା ବେଳେ ସୋମବାର କୃଷିମନ୍ତ୍ରୀଙ୍କ ସହ ଅମିତ ଶାହା ବୈଠକ କରିଛନ୍ତି । ଆସନ୍ତା ୩ରେ ସରକାରଙ୍କ ସହ ଆଲୋଚନାରେ ଚାଷୀଙ୍କ ସାମ୍ନାରେ କେଉଁ କେଉଁ ପ୍ରସ୍ତାବ ରଖାଯିବ ସେ ପ୍ରସଙ୍ଗରେ ଆଲୋଚନା ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.