ମନ୍ତ୍ରୀଙ୍କ ନାଁରେ ମିଛ ପ୍ରଚାର
ମାଟ୍ରିକ ପରୀକ୍ଷା ନେଇ ଗୋଟିଏ ଖବର ସୋସିଆଲ ମିଡିଆରେ ଘୁରୁବୁଲୁଛି । ଖବରଟି ହେଲା ଜୁନ ୧୪ରେ ହେବ ମାଟ୍ରିକ ପରୀକ୍ଷା । ଆଉ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟୁଇଟର ଆକାଉଂଟରୁ ଏଭଳି ଟୁଇଟ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା । ପରୀକ୍ଷା ବାତିଲ ହେବା ପରେ ପୁଣି ପରୀକ୍ଷା ନେଇ ମନ୍ତ୍ରୀଙ୍କ ଟୁଇଟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦ୍ୱ୍ଦ୍ୱରେ ପକାଇଥିଲା । ହେଲେ ଖବରଟି ଭାଇରାଲ ହେବା ପରେ ପ୍ରକୃତ ସତ୍ୟ ଏବେ ସାମାନାକୁ ଆସିଛି । ମନ୍ତ୍ରୀଙ୍କ ନାଁରେ ଭାଇରାଲ କରାଯାଇଛି ମିଛ ଖବର । କେହି ଜଣେ ଦୁର୍ବୁତ୍ତ ମନ୍ତ୍ରୀ ସମୀର ଦାସଙ୍କ ଆକାଉଣ୍ଟକୁ ହ୍ୟାକ କରିବା ସହ ଏଭଳି ପୋଷ୍ଟ କରିଥିବା ଜଣାପଡିବା ପରେ ମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ।
ଗଣଶିକ୍ଷା ମନ୍ତ୍ରୀଙ୍କ ସୋସିଆଲ ମିଡିଆ ସାଇଟକୁ ହ୍ୟାକ କରିନେଲେ ଦୁର୍ବୁତ୍ତ । ଫେସବୁକ ଏବଂ ଟ୍ୱିଟର ଉଭୟ ସାଇଟ ହ୍ୟାକ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ଜୁନ ୧୪ରେ ହେବ ମାଟ୍ରିକ ପରୀକ୍ଷା। ପ୍ରଥମେ ଏହାକୁ ବାତିଲ କରାଯାଇଥିବା ବେଳେ ପରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ଯେ, ମାଟ୍ରିକ ପରୀକ୍ଷା ଜୁନ ୧୪-୨୬ପର୍ୟ୍ୟନ୍ତ ହେବ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟୁଇଟର ଆକାଉଂଟରୁ କେହି ଦୁର୍ବୃତ ଏଭଳି ପୋଷ୍ଟ କରିଥିଲା । ଖବର ଭାଇରାଲ ହେବା ପରେ ମନ୍ତ୍ରୀ ନିଜ ନକଲି ଟୁଇଟର ଆକାଉଣ୍ଟରେ ଟୁଇଟ କରାଯାଇଥିବା ଲେଖାର ସ୍କ୍ରିନସଟ ନେଇ ଅସଲି ଟୁଇଟର ଆକାଉଣ୍ଟରେ ସେୟାର କରିବା ସହ ଲେଖିଛନ୍ତି, କେହି ଜଣେ ବଦମାସ୍ ମୋ ନାମରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି। ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ।
କୋଭିଡ ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ପ୍ରଥମେ ସ୍ଥଗିତ ରଖାଯାଇଥିଲା । ହେଲେ ଏହା ପରେ ଛାତ୍ରଛାତ୍ରୀଙ୍କ ଧାରଣା ପରେ ପରୀକ୍ଷାକୁ ବାତିଲ କରାଯାଇଛି ।