THE BYAPINI

‘ଜୀବନ ଆଗ ନା ଭୋଟ ଆଗ’

Get real time updates directly on you device, subscribe now.

ଜୀବନ ଆଗ ନା ଭୋଟ ଆଗ । ପଶ୍ଚିମବଙ୍ଗ ଭଳି ପିପିଲି ଡେଲାଙ୍ଗରେ ନହେଉ । କରୋନା ସ୍ଥିତିରେ ଉପନିର୍ବାଚନ କୌଣସି ଗୁରୁତ୍ୱ ରଖୁନାହିଁ। କରୋନା ଭୟାବହତା ନିକଟରେ ଲୋକଙ୍କ ଜୀବନ ଆଗ, ନିର୍ବାଚନ ପଛ । ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନ ଘୁଚାଂଇବାକୁ ଦାବି କରିଛନ୍ତି ପିସିିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମାଝୀ କହିଛନ୍ତି, ଆମେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛୁ । କିନ୍ତୁ ଲୋକଙ୍କ ଜୀବନକୁ ବାଜି ଲଗାଇ ନୁହେଁ ।

କରୋନା ସଂକ୍ରମଣରେ କଂଗ୍ରେସ ଥରେ ତାର ପ୍ରାର୍ଥୀ ହରାଇସାରିଛି । ଏହି ଉପନିର୍ବାଚନରେ ସରକାର ପରିବର୍ତନ ହୋଇଯିବନି । କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ନିର୍ବାଚନ ଲଢ଼ିବା କେତେଦୂର ସମୀଚିନ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ । ନିର୍ବାଚନ ଘୁଂଚାଇବାକୁ ବିଜେଡି, ବିଜେପି ମଧ୍ୟ ସହଯୋଗ କରନ୍ତୁ । ଏ ନେଇ ଦଳ ବିଜେପି, ବିଜେଡି ଓ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି ।

ସେପଟେ କଂଗ୍ରେସ ଦାବି ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, କୋଭିଡ୍ ଗାଇଡ ଲାଇନ ଅନୁସାରେ ଉପନିର୍ବାଚନ ହେବା ଉଚିତ୍‌। ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି। ଏ ନେଇ ନୋଟିଫିକେସନ ହୋଇସାରିଛି। ତେଣୁ ନିର୍ବାଚନ ବନ୍ଦ ନହୋଇ କରାଯିବ ଉଚିତ। ସେପଟେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଯାହା କହୁଛି, ତାଙ୍କ ନେତା ସୁରେଶ ରାଉତରାୟ ଅନ୍ୟ କଥା କହୁଛନ୍ତି । ପ୍ରଥମେ ସେମାନେ ନିଷ୍ପତ୍ତି କରନ୍ତୁ କଣ କରିବେ । ତାପରେ ନିର୍ବାଚନ କମିଶନଙ୍କୁ ଭେଟି ଦାବି ରଖନ୍ତୁ ।

କରୋନାରେ ସଂକ୍ରମିତ ହୋଇ ଏପ୍ରିଲ ୧୭ ତାରିଖରେ ପ୍ରାଣ ହରାଇଥିଲେ ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ଏହା ପରେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା। ଉପନିର୍ବାଚନ ତାରିଖକୁ ମେ’ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.